Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଦଶହରା ଉତ୍ସବ ଶେଷ,ଆଦିବାସୀ ଗ୍ରାମରେ ଲାଠି ପୁଜା ଓ କାଳସୀ ନାଟ

ମାଲକାନଗିରି ଜିଲ୍ଲାରେ ଦଶହରା ଉତ୍ସବ ଶେଷ,ଆଦିବାସୀ ଗ୍ରାମରେ ଲାଠି ପୁଜା ଓ କାଳସୀ ନାଟ

147

ମାଲକାନଗିରି,୯ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ମା ଦୁର୍ଗାଙ୍କ ଦଶହରା ପୂଜା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଗତ ଚାରିଦିନ ଧରିଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ମାଲକାନଗିରି ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ସବୁଠି ଆନନ୍ଦର ପରିବେଶ ଦେଖା ଦେଇଥିଲା । ମାଲକାନଗିରି ଜିଲ୍ଲାପୁଲିସ ପୂଜାମଣ୍ଡପ ରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ରିଶିକେଶ ଖିଲାରୀ ଡି, ଡିଏଫଓ ଦେବଦାସ ମିରସେ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ବିଏସଏଫ ଅଧିକାରୀ ମାନେ ଦଶହରା ପୂଜାରେ ମା ଦୁର୍ଗାଙ୍କୁ ଦର୍ଶନ କରି ପୂଜା ପାଠପରେ ପ୍ରସାଦ ସେବନକରିଥିଲେ ।ଏହି ମଣ୍ଡପରେ ପ୍ରତିଦିନ ସଂନ୍ଧ୍ୟାରେ ପୁଲିସ ମେଲୋଡି ଆରକ୍ଷୀ ଝଙ୍କାର କାର୍ଯ୍ୟକ୍ରମ କରା ଯାଇ ଭଜନ ଓ ଦେଶାତ୍ମକ ବୋଧ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।ମଣ୍ଡପନିକଟରେ ପ୍ରତିମୂର୍ତି ମାନନିର୍ମାଣ କରାଯାଇ ସଡକସୁର କ୍ଷା,ବନ୍ୟପ୍ରାଣୀ ସଂର କ୍ଷଣ,ମାଓବାଦୀ ପୁଲିସ ମଧ୍ୟରେ ଗୁଳିବିନିମୟ ଓ ଶାନ୍ତିପ୍ରତିଷ୍ଟା ସଂପର୍କରେ ଜନସଚେତନତା ର ବାର୍ତାଦିଆଯାଇ ଥିଲା,  ମାଲକାନଗିରି ଜିଲ୍ଲାରେ ଦଶହରା ପୂଜାରେ ଆକର୍ଷିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳା ସଜିତ କରା ଯାଇଥିଲା । ପାଗ ଅନୁକୁଳ ଥିବାରୁ ପ୍ରତିଦିନ ପୁଜାମଣ୍ଡପ ନିକଟରେ ଶତାଧିକ ସଂଖ୍ୟାରେ ଭକ୍ତମାନଙ୍କ ଭିଡ ଲାଗିଥିଲା,ମାଲକାନଗିରି ଜିଲ୍ଲାସ୍ଥ ସିନ୍ଦ୍ରୀମାଳ ପଚାଂୟତ ଚମ୍ପାଖାରୀ ଆଦିବାସୀ ଗ୍ରାମରେ ମା କନକ ଦୁର୍ଗାଙ୍କ ପିଠରେ ଲାଠିପୁଜା ଓ କାଳସୀ ନାଟ ମାଧ୍ୟମରେ ଦଶହରା ପର୍ବ ପାଳିତ ହୋଇଯାଇଛି । ମା କନକ ଦୁର୍ଗାଙ୍କ ଦଶହରା ପୁଜା ରେ ବିଭିନ୍ନ ଗ୍ରାମର ଦେବାଦେବୀଙ୍କ ପିଠରୁ ଲାଠି ଅଣାଯାଇ ପୁଜା କରାଯାଇଥିଲା, ମା ଙ୍କ ପିଠରେ କାଳସୀ ଦିଶାରୀ ମାନେ ଝୁଣାପଣା ପାଇ କାଳସୀ ନୃତ୍ୟକରିଥିଲେ । ମା ଙ୍କ ଦଶହରା ପର୍ବ ଦେଶିଆ ନାଟ ଦେଖିବା ପାଇଁ ବିଭିନ୍ନ ଆଦିବାସୀ ଗ୍ରାମରୁ ଶତାଧିକ ସଂଖ୍ୟାରେ ମହିଳା,ପୁରୁଷ ମାନେ ଚମ୍ପାଖାରୀ ଗ୍ରାମରେ ଭିଡ ଜମାଇଥିଲେ । ମାଲକାନଗିରି ଦୁର୍ଗାଗୁଡିସାହିରେ ମା ଦୁର୍ଗାଙ୍କ ମନ୍ଦିର ଓ ଅନ୍ୟନ ପିଠରେ ଦଶହରାରେରେ କୁସ୍ମାଣ୍ଡ(ପାଣିକଖାରୁ) ବଳି ପକା ଯାଇଥିଲା । ଚାରିଦିନ ଧରି ପୂଜାରେ ପଣ୍ଡିତ ମାନଙ୍କ ଦ୍ୱାରା ହୋମଯଜ୍ଞ ହୋଇ ମାଙ୍କୁ ସନ୍ତୁଷ୍ଟକାରା ଯାଇଥିଲା । ପ୍ରତିଦିନ ସଂନ୍ଧ୍ୟାରେ ମନ୍ଦିର ବେଢା ଓ ପୂଜା ମଣ୍ଡପ ନିକଟରେ ଭଜନ ସମାରୋହ ପରିବେଷଣ ହୋଇଥିଲା । ଠିକ ସେହିପରି ଦଣ୍ଡକାରଣ୍ୟ ମଇଦାନ ନିକଟରେ ଥିବା ୫୭ବର୍ଷର ବହୁପୁରାତନ ସାବ ର୍ଜନିନ ଦୁର୍ଗାପୁଜା କମିଟି ପକ୍ଷରୁ କରା ଯାଉଥିବା ଦୁର୍ଗା ମଣ୍ଡପରେ ଦଶମୀ ପୂଜା ସାଙ୍ଗକୁ ବଙ୍ଗିୟପରମ୍ପରା ରେ ପୂଜା ହେବାସହିତ ଝୁଣାଜଳା ଓ ମହିଳା ମାନଙ୍କ ଦ୍ୱାରା ସିନ୍ଦୁର ବୋଳାପ୍ରତି ଯୋଗୀତା ହୋଇଥିଲା । ସୁବାଷବୋଷ ଟାଉନକ୍ଲବ ,କଲେଜଛକ ଗଣ୍ଡିଆଗୁଡା, ସହ କାଲିମେଳା,ପଡିଆ,ମୋଟୁ,ଏମଭି୭୯, ଏମଭି୭୨,ଏମଭି୧୯,ଏମଭି୧୭,ଏଭି୭,ପଦ୍ମଗିରି, ବାଲିମେଳା,ଚିତ୍ରକୋଣ୍ଡା, କୋରକୁଣ୍ଡା,ଖଇରପୁଟ, ଗୁମ୍ମା, ମାଥିଲି, ଗୋବିନ୍ଦପାଲି, ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ଦଶହରା ପବ ର୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ପ୍ରତି ଦିନ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକମାନଙ୍କୁ ପୁଜା କିମଟି ପକ୍ଷରୁ ଭୋଗ ପ୍ରସାଦ ସେବନର ବ୍ୟବସ୍ଥା କରୁଥିବାରୁ ପ୍ରସାଦ ପାଇବା ପାଇଁ ମଣ୍ଡପନିକଟରେ ଭିଡ ଲାଗିଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.