Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଆନ୍ତରାଷ୍ଟ୍ରୀୟ ଶିଶୁକନ୍ୟା ଦିବସ ପାଳିତ

ମାଲକାନଗିରି ଜିଲ୍ଲାରେ ଆନ୍ତରାଷ୍ଟ୍ରୀୟ ଶିଶୁକନ୍ୟା ଦିବସ ପାଳିତ

219

ମାଲକାନଗିରି,୧୧ା୧୦(ଓଡିଆ ପୁଅ ) ମାହାମାରି କରୋନା କଟକଣା ଚାଲିଥିବାରୁ ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ େଓ୍ୟବନାର ମାଧ୍ୟମରେ ୭ଟିବ୍ଲକ ର ଶିଶୁମହିଳା କଲ୍ୟାଣ ଅଧିକାରୀ,ସୁପରଭାଇଜର ଓ ଅଙ୍ଗନଓ୍ୟାର୍ଡି କର୍ମୀମାନଙ୍କୁ ନେଇ ଆନ୍ତରଷ୍ଟ୍ରୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଶିଶୁମହିଳା କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ,ବିଭାଗୀୟ ସଚିବ, ନିର୍ଦ୍ଦେଶକ, େଓ୍ୟବନାର ମାଧ୍ୟମରେ ସିଧାସଳଖ ଭାବେଜିଲ୍ଲା ସମଜାକଲ୍ୟାଣ ଅଧିକାରୀ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ, ସିଡିପିଓ,ସୁପରଭାଇଜର ମାନେ ଅଶଂଗ୍ରହଣ କରିଥିଲେ । ଏହି ଅବସରେ ମନ୍ତ୍ରୀ ଶିଶୁକନ୍ୟା ମାନଙ୍କ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଓ୍ୟବନାର ମାଧ୍ୟମରେ ଉଦଘାଟନ କରିଥିଲେ । ଅନୁରୁପ କୋରକୁଣ୍ଡା ପଚାଂୟତ କାର୍ଯ୍ୟାଳୟରେ ସରପଚଂ ବଶିଂଧର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଶିସୁକନ୍ୟାଦିବସ ପାଳିତ ହୋଇଯାଇଛି । ଏହି ଅବସରେ ଅତିଥି ଭାବେ ଆଇସିଡିଏସ ସୁପରଭାଇଜର ଶାନ୍ତିକରସୁଧା ପଟନାୟକ ଯୋଗଦେଇ କନ୍ୟାସନ୍ତାନର ଉପଯୁକ୍ତ ଲାଳନପାଳନ,ଶିକ୍ଷା, ସନ୍ତୁଳିତ ଆହର,ବାଲ୍ୟବିବାହ କୁବନ୍ଦକରିବା,ଅବାଚଂତ ମାତୃତ୍ୱକୁ ରୋକିବା,ରୁତୁଶ୍ରାବ ସମୟରେ ପରିସ୍କାର ପରିଛନ୍ନରହିବା,ସହିତ ବାଲ୍ୟବିବାହ ରୋକିବା ପାଇଁ ଏହି ସଭାରେ ସମସ୍ତେ ସପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଆସାକର୍ମୀ ଜୋତ୍ସନା ସ୍ୱାଇଁ,ସୁଶ୍ରୀ ସ୍ନିଗ୍ଧା ପ୍ରୀୟଦର୍ଶୀ,ପଚାଂୟତର କିଶୋରୀ ଓ ଶିଶୁକନ୍ୟା ମାନେ ଉପସ୍ଥିତ ଥିଲେ ।ଠିକ ସେହିପରି ପୋଟ୍ରେଲ ପଚାଂୟତରେ ସରପଚଂ ଭିମବାରସାଙ୍କ ଅଧ୍ୟକ୍ଷାତରେ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଗୁଡିକରେ କୋଭିଡ ନିୟମପାଳନ କରି ଶିଶୁକନ୍ୟା ଦିବସ ପାଳନ ସହ ସଚେତନତା ସୋଭାଯାତ୍ରା କରାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.