Home ଓଡ଼ିଶା ମାଲକାନଗିରିର ଦୁର୍ଷମ ପୀଡିତାର ମୃତ୍ୟୁ ପ୍ରସଙ୍ଗରେ: ରାଜ୍ୟରେ ଆଉ କେତେ ନାବାଳିକାଙ୍କ ଜିବନ ଗଲେ ରାଜ୍ୟ...

ମାଲକାନଗିରିର ଦୁର୍ଷମ ପୀଡିତାର ମୃତ୍ୟୁ ପ୍ରସଙ୍ଗରେ: ରାଜ୍ୟରେ ଆଉ କେତେ ନାବାଳିକାଙ୍କ ଜିବନ ଗଲେ ରାଜ୍ୟ ସରକାର ଚେତିବେ ?: ବିଜେପି

1605

ଭୁବନେଶ୍ୱର, ତା.୦୯/୦୫ (ଓଡ଼ିଆ ପୁଅ) : ମାଲକାନଗିରିର ଗୋବିନ୍ଦପାଲୀ କଲେଜ ଛାତ୍ରୀ ଗଣଦୁଷ୍କର୍ମ ପରେ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ ପରେ ଏମ୍ସ ହସପିଟାଲଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ମର୍ମନ୍ତୁଦକ। ମାଥିଲି ଥାନା ଆଇଆଇସି ବାମଦେବ ନନ୍ଦ ପୋକ୍ସୋ ଆଇନ ନ ଲଗାଇ କୋହଳ ଧାରା ଲଗାଇଥିବାରୁ ଅପରାଧିମାନେ ସହଜରେ ଜାମିନ ପାଇଥିଲେ। ଫଳରେ ଝିଅଟି ଲଜ୍ଜାରେ ଆତ୍ମହତ୍ୟା କରିଥିଲା। ଆଉ କେତେଦିନ ଓଡିଶାର ମା ଓ ଭଉଣୀମାନେ ନୀତି ବିହିନ ନେତା, ସରକାରୀ ବାବୁ, ପ୍ରଶାସନ ଓ ପୋଲିସର ଦୟାରେ ରହିବେ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଡ. ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଗୋଟିଏ ପଟେ ୩୩% ମହିଳା ସଂରକ୍ଷଣ କଥା କହୁଥିବାବେଳେ ଅନ୍ୟ ପଟେ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳୁ ନାହିଁ। ଏହା କଣ ମୁଖ୍ୟମନ୍ତ୍ରୀଙ୍କ ମହିଳାଙ୍କୁ ସମ୍ମାନ ? ବହୁଚର୍ଚ୍ଚିତ କୁନ୍ଦୁଲି ମାମଲାରେ ବର୍ତମାନ ଯାଏଁ ଦୋଷୀ ଧରାପଡିଲେ ନାହିଁ। ବେବିନା ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିନାହିଁ।

ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଗୃହ ବିଭାଗର ପୋଲିସ ନାବାଳିକା ଧର୍ଷଣକାରୀ ଆଉ ଅପହରଣକାରୀଙ୍କୁ ସାହାଯ୍ୟ କରେ ଆଉ ସୁରକ୍ଷା ଦିଏ। ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅସମ୍ମାନ କରିଚାଲିଛନ୍ତି। ସମାଜର ପ୍ରତିଟି କ୍ଷେତ୍ରରେ ମହିଳା ଆଜି ଅବହେଳିତ, ଅସୁରକ୍ଷିତ, ନିଷ୍ପେସିତ ଏବଂ ଅସମ୍ମାନିତ। ମୁଖ୍ୟମନ୍ତ୍ରୀଙ୍କ ନାରା ମହିଳାଙ୍କୁ ସୁରକ୍ଷା ଏବଂ ନାରୀଙ୍କୁ ସମ୍ମାନ କେବଳ ବିଜ୍ଞାପନ ମଧ୍ୟରେ ସୀମିତ। ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ। ମହିଳାମାନଙ୍କ ପାଇଁ ରାଜ୍ୟସରକାରଙ୍କ ଯୋଜନା ଓ ପ୍ରତିଶୃତି ପାଣିର ଗାର ପାଲଟିଛି। ପୋଲିସ ଶାସକ ଦଳର ଚାପରେ କାର୍ଯ୍ୟ କରୁଛି। ଏପରିକି ଖୋଦ୍ ଶାସକ ଦଳର ନେତା, ବିଧାୟକ ଖେଳନା ଭାବି ପ୍ରତି ମୂହୂର୍ତରେ ନାରୀ ଇଜ୍ଜତକୁ ଲୁଟି ଚାଲିଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.