Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ଏଚ.ଡି.ଏଫ.ସି ବ୍ୟାଙ୍କ ୧୦ କୋଟି, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ୩...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ଏଚ.ଡି.ଏଫ.ସି ବ୍ୟାଙ୍କ ୧୦ କୋଟି, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ୩ ଲକ୍ଷ

887

ଭୁବନେଶ୍ଵର, ୯-୫-୧୯ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଅଯାଇଛି। ଏଚ.ଡି.ଏଫ.ସି ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଦିଆଯାଇଛି। ବ୍ୟାଙ୍କର Branch Banking Head (East) ଶ୍ରୀ ସନ୍ଦିପ ଏସ୍. କୁମାର, ଆଞ୍ଚଳିକ ମୁଖ୍ୟ ରାଜେଶ ଶ୍ରୀବାସ୍ତବ ଓ ଡେପୁଟି ଭାଇସ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ ପ୍ରମୁଖ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ। ସେହିପରି କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାର ଟ୍ରଷ୍ଟି ଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଓ ଶ୍ରୀ ବିମଳ ଦାସ ମୁଖ୍ୟମନ୍ତ୍ରୀଙ୍କ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି। ଏମାନଙ୍କ ସହିତ କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ୧ ଲକ୍ଷ ଟଙ୍କା, ହିଞ୍ଜିଳି ପଞ୍ଚାୟତ ସମିତି ୨ ଲକ୍ଷ ୧ ହଜାର ଟଙ୍କା, ଭୁବନେଶ୍ବରର ଶ୍ରୀ ରଞ୍ଜିତ ଦାସ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.