Home Top News ମାଲକାନଗିରିରେ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ: ଅପରପଟେ ବଢୁଛି ମାଓ କାର୍ଯ୍ୟକଳାପ

ମାଲକାନଗିରିରେ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ: ଅପରପଟେ ବଢୁଛି ମାଓ କାର୍ଯ୍ୟକଳାପ

49

ମାଲକାନାଗିରି ୩୧-୦୧ (ଓଡ଼ିଆ ପୁଅ) : ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ପୋଲିସ-ମାଓବାଦୀ ଗୁଳିବିନମୟରେ ଜଣେ ମାଓବାଦୀ ମୃତ ହୋଇଥିବାର ସବଚନା ମିଲିଛି। ମାଲକାନଗିରି ମାଡକପଦର ଜଙ୍ଗଲରେ ଗୁଳିବିନିମୟ ହୋଇଛି। ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି। ଏସ ଓ ଜି ଏବଂ ଡ଼ି ଭି ଏଫ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି ।

ଅପରପଟେ ବାଲିଗୁଡା ବେଲଘର ଥାନା ଗୁରୁ ଗାଁରେ ବିଳମ୍ବିତ ରାତିରେ ଦେବେନ୍ଦ୍ର ମାଝି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀମାନେ ଉଠାଇ ନେଇଛନ୍ତି। ଗୋବିନ୍ଦ ମାଝିଙ୍କୁ ମାଡ ମାରି ଛାଡି ଦେଇଥିବାବେଳେ ଦେବେନ୍ଦ୍ର ମାଝିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟଯେ, ଶୁକ୍ରବାର ଗୋଛାଗୁଡା ଗାଁର ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଜଣେ ଯୁବକଙ୍କୁ ଘରୁ ଡାକିନେଇ ନିର୍ମମ ହତ୍ୟା କରିଥିଲେ। ଏହା ପରେ ସମଗ୍ର ଗାଁରେ ଭୟ ଓ ଶୋକର ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.