Home ଜିଲ୍ଲା ପରିକ୍ରମା ମାଦୁର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ, ବେଲବରଣୀ ଓ କଳସ ଶୋଭାଯାତ୍ରା

ମାଦୁର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ, ବେଲବରଣୀ ଓ କଳସ ଶୋଭାଯାତ୍ରା

131

ମାଲକାନଗିରି। ୪ା୧୦ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ଷଷ୍ଠୀପୂଜା ସାଙ୍ଗକୁ ବେଲବରଣୀ ଓ କଳସ ଶୋଭାଯାତ୍ରା ଆଜି ଆରମ୍ଭ ହୋଇଛି। ସବୁ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ଶେଷ ହୋଇ ସାଜସଜା ସରିଯାଇଛି। ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଦଣ୍ଡକାରଣ୍ୟ ମଇଦାନ ସର୍ବାଜୀନ ଦୁର୍ଗାପୂଜା କମିଟି ପକ୍ଷରୁ ୫୭ବର୍ଷପୂର୍ତ୍ତୀ ଉପଲକ୍ଷେ ବିଭିନ୍ନ କାରୁ କାର୍ଯ୍ୟ କରାଯାଇଛି। ଏହି ପୂଜା ମଣ୍ଡପଟି ଜିଲ୍ଲା ସଦର ମହକୁମାର ବହୁପୁରାତନ। ଆଗରୁ ଏହା ବଣ ଜଙ୍ଗଲ ରେ ପରିପୂର୍ଣ୍ଣଥିଲା। ଦିନରେ ମଧ୍ୟ ବାଘ ଭାଲୁଙ୍କ ପାଦୃର୍ଭାବ ଥିବାରୁ ଦଣ୍ଡକାରଣ୍ୟ ପ୍ରକଳ୍ପ ପକ୍ଷରୁ ପ୍ରଶାସନିକ ଅଧିକାରୀ ଓ କିଛି ବଦାନ୍ୟବ୍ୟକ୍ତି ମାନେ ଏଠାରେ ଦୁର୍ଗାଙ୍କ ପ୍ରତିମୂର୍ତି ନିର୍ମାଣ କରି ପୂଜା ଆରମ୍ଭ କରିଥିଲେ। ଗତ୧୯୯୧ ମସିହା ପର୍ଯ୍ୟନ୍ତ ଏହି ପୂଜା ଦାଇତ୍ୱ ପ୍ରଶାସନିକ ଅଧିକାରୀ ମାନେ ବହନ କରୁଥିଲେ ଗତ୧୯୯୨ ମସିହାରେ ଜିଲ୍ଲାହେଲା ପରେ ଏହି ପୂଜା ମଣ୍ଡପ ପ୍ରତି ପ୍ରଶାସନିକ ଅଧିକାରୀ ମାନଙ୍କ ଆଉ ନିଘା ରହିଲା ନାହିଁ। ଯେତେବେଳେ ପୂଜା ଆରମ୍ଭ ହୋଇଛି ବନ୍ଦକରିବା କଥା ନୁହଁ ବୋଲି କିଛି ବଦାନ୍ୟବ୍ୟକ୍ତି ସେହି ଦିନଠାରୁ ପୂଜା କରିଆସୁଛନ୍ତି। ଆଜି ମହିଳା ମାନେ ବାଲିସାଗର, ବଣ୍ଡାବାକୁଲିଗୁଡା ପୁଷ୍କରିଣୀର ପବିତ୍ର ଜଳ ଧରି ବିରାଟ କଳସ ଶୋଭା ଯାତ୍ରାରେ ସହରପରିକ୍ରମା କରି ପୂଜାମଣ୍ଡପ ନିକଟକୁ ଯାଇ କଳସ ସ୍ଥାପନ କରିବା ସହିତ ବେଲବରଣୀ କରି ଷଷ୍ଠୀପୂଜାର ବିଧି ପାଳନ କରିଛନ୍ତି।ଏହା ବ୍ୟତିତ ମାଲକାନଗିରି ସହରରେ ସୁବାଷ ବୋଷ ଟାଉନକ୍ଲବ, ଲରି ଆସୋସିଏସନ, ଜିଲ୍ଲା ପୁଲିସ ଦୁର୍ଗାମେଢ, ଡିଏନକେ ଛକ ମେଢ, କଲେଜଛକ ନୂଆଗୁଡା ଦୁର୍ଗାମେଢ ସହିତ ଅନେକ ଗୁଡିଏ ଦୁର୍ଗାମେଢ ରେ ମା ଙ୍କ ପ୍ରତିମୂର୍ତି ନିର୍ମାଣ କାର୍ଯ୍ୟଶେଷ ହୋଇଯାଇଛି। ପୂଜାମଣ୍ଡପଗୁଡିକୁ ଅଧିକ ଆକର୍ଷଣକରିବା ପାଇଁ ସୁଉଚତୋରଣ ସାଙ୍ଗକୁ ସୁନ୍ଦର ଆଲୋକସଜା ବ୍ୟବସ୍ଥା ହୋଇଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.