Home ଓଡ଼ିଶା ମାଙ୍କଡ ବି ପଢୁଛି ପାଠ !

ମାଙ୍କଡ ବି ପଢୁଛି ପାଠ !

681

ଆନ୍ଧ୍ରପ୍ରଦେଶ,୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜ୍ଞା ହଁ, ମାଙ୍କଡ ବି ପଢୁଛି ପାଠ । ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ନିଶ୍ଚୟ ।  ଯେତେବେଳେ କଥା ସର୍ବ ଶିକ୍ଷାର ହେଉଛି ତେବେ ଜାଣିବା କଥା କି, କେହି ବି ସ୍କୁଲ୍ ବ୍ୟାଗ୍ ଧରି ବିଦ୍ୟାଳୟକୁ ପାଠପଢିବା ପାଇଁ ଆସିପାରିବ । ସମସ୍ତଙ୍କ ପାଇଁ ଶିକ୍ଷା ନିହାତୀ ଆବଶ୍ୟକ । ସେ ମଣିଷ ହେଉ କି ପଶୁ । ଆପଣ ପଶୁ ନା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିହାତୀ । ଏହା କହିବାର କାରଣ ଗୋଟେ ମାଙ୍କଡ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରିଛି । ଏମିତି ଗୋଟେ ସ୍କୁଲ ରହିଛି ଯେଉଁଠାରେ ମାଙ୍କଡ ଶିକ୍ଷା ଲାଭ କରିବାକୁ ପ୍ରତିଦିନ ଆସୁଛି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବେଙ୍ଗାଲାମପଲ୍ଲୀ ଗାଁର ଏକ ସରକାରୀ ବିଦ୍ୟାଳୟରେ ।

ଏହି ମାଙ୍କଡଟି ବିଦ୍ୟାର୍ଥୀଙ୍କ ସହିତ ବସି ପାଠ ପଢିଥାଏ । ପ୍ରତିଦିନ ଆସି କ୍ଳାସ୍ ରେ ଉପସ୍ଥିତି ରହିଥାଏ ଏବଂ ଖାତା ବହି ଧରି ପାଠ ପଢିଥାଏ । ଏହାସହିତ ଖେଳଛୁଟିରେ ପିଲା ମାନଙ୍କ ସହିତ ଲଞ୍ଚ କରିବା ସହିତ ଖେଳିଥାଏ । ଏହି ଷ୍ଟୁଡେଣ୍ଟଟି ହେଉଛି ଦୁଇ ବର୍ଷର ଏକ ମାଙ୍କଡ । ଯିଏ ଏବେ ଏହି ସ୍କୁଲର ଷ୍ଟାର ଷ୍ଟୁଡେଣ୍ଟ ଭାବେ ପରିଚୟ ଲାଭ କରିଛି ।

ସ୍କୁଲ୍ ର ପ୍ରଧାନଶିକ୍ଷକ ଙ୍କ କହିବା ମୁତାବକ, ଏହି ମାଙ୍କଡଟି ପ୍ରଥମ ଦିନରୁ ଭଲ ବ୍ୟବହାର କରିଆସୁଛି। ସେ ପ୍ରତିଦିନ ସକାଳେ ଛୁଆମାନଙ୍କ ସହିତ ମିଶି ପ୍ରାର୍ଥନା କରିଥାଏ । ଏହାପରେ କ୍ଳାସରେ ପାଠ ପଢା ମଧ୍ୟ କରିଥାଏ । ବିନା କାହାକୁ ହଇରାଣ ନକରି ସେ ପ୍ରତିଦିନ ଏପରି କାର୍ଯ୍ୟ କରିଥାଏ । ଯଦି ସେ ବହିରେ କୌଣସି ଫଟୋ ଦେଖିଥାଏ ତେବେ ତା ଉପରେ ଆଙ୍ଗୁଳି ରଖି ବାରମ୍ବାର ଦେଖିବାକୁ ଲାଗିଥାଏ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.