Home ଆନ୍ତର୍ଜାତୀୟ ସ୍ବାଧୀନତା ଦିବସ ପାଇଁ ସବୁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ସ୍ବାଧୀନତା ଦିବସ ପାଇଁ ସବୁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

136

ନୂଆଦିଲ୍ଲୀ,୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବିମାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।

କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ନିରାପତ୍ତା ପ୍ରୋଟକଲ୍‌ କଠୋର କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ବିମାନ ବନ୍ଦର ସମେତ ସ୍ପର୍ଶକାତର ସ୍ଥାନଗୁଡ଼ିକରେ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦିଆଯିବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.