Home ଓଡ଼ିଶା ଜୟଶଙ୍କରଙ୍କ ବିଦେଶ ଗସ୍ତ ପୂର୍ବରୁ ଏହି ପ୍ରତିକ୍ରିୟା ରଖିଲା ଭାରତ

ଜୟଶଙ୍କରଙ୍କ ବିଦେଶ ଗସ୍ତ ପୂର୍ବରୁ ଏହି ପ୍ରତିକ୍ରିୟା ରଖିଲା ଭାରତ

398

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ ।ଜମ୍ମୁକଶ୍ମୀର ବିଲ୍‌ ପୁନଃଗଠନ ବିଲ୍‌ ଜରିଆରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ବେଜିଂ ଗସ୍ତ ପୂର୍ବରୁ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ।

ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର । ଭାରତ ଅନ୍ୟଦେଶର ଆଭ୍ୟନ୍ତରୀଣ ମାମଲାରେ କୌଣସି ମନ୍ତବ୍ୟ ଦିଏ ନାହିଁ । ତେଣୁ ଅନ୍ୟ ଦେଶ ଭାରତ ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେବା ଠିକ୍‌ ନୁହଁ । ଆସନ୍ତା ୧୧ ତାରିଖରେ ଚୀନ୍‌ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଭାଗନେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.