Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, MCL କର୍ମଚାରୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, MCL କର୍ମଚାରୀ ମୃତ

139

ସମ୍ୱଲପୁର,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ସଡ଼କ ଦୁର୍ଘଟଣା ଘଟି ଏମ୍‌ସିଏଲ୍‌ର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ରବିବାର ସକାଳେ ହୀରାକୁଦ ରେଳବାଇ ଷ୍ଟେସନ୍‌ ପାଖ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ । ମୃତ କର୍ମଚାରୀ ହେଉଛନ୍ତି ରାଜେନ୍ଦ୍ର ମିଶ୍ର। ଘଟଣାସ୍ଥଳରେ କାର୍‌ ଡ୍ରାଇଭର୍‌ ଫେରାର ଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

ସେ ଏମ୍‌ସିଏଲ୍‌ ମୁଖ୍ୟାଳୟକୁ ଯିବା ବାଟରେ ସକାଳ ପ୍ରାୟ ୮ଟା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟାଳୟର ପ୍ରାୟ ୫୦ ମିଟର୍‌ ଦୂରରେ ରାଜପଥରେ ଥିବା କଟ୍‌ଓ୍ୱେରେ ସେ ତାଙ୍କ ସ୍କୁଟର୍‌ ବୁଲାଉ ଥିବାବେଳେ ବରଗଡ଼ ପଟରୁ ଅତି ଦ୍ରୁତ ଗତିରେ ଆସୁଥିବା ଗୋଟାଏ କାର୍‌ ତାଙ୍କ ଉପରେ ଧକ୍କା ଖାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.