ad
ଅପରାଧ

ମରିଗଲା ମୁଖ୍ୟମନ୍ତ୍ରୀଙ୍କ କୁକୁର: ମାମଲା ରୁଜୁ

ନୂଆଦିଲ୍ଲୀ: ସିଏମଙ୍କ ପୋଷା କୁକୁରର ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ପାଇଁ ଭେଟନାରୀ ଡକ୍ଟରଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ପୋଷା କୁକୁରଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା।ଏହାପରେ କୁକୁରଟିକୁ ଚିକିତ୍ସା ପାଇଁ ଏକ ଘରୋଇ ପଶୁ ଚିକିତ୍ସାଳୟ ନିଆଯାଇଥିଲା।ସେଠାରେ ପଶୁ ଚିକିତ୍ସକ କୁକୁରଟିକୁ ଏକ ଇଞ୍ଜେକ୍ସନ ଦେଇଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ କୁକୁରଟିର ମୃତ୍ୟୁ ଘଟିଥିଲା।ମୁଖ୍ୟମନ୍ତ୍ରୀଙ୍କ ଘରେ କୁକୁର ଦାୟିତ୍ୱରେ ଥିବା ଆସିଫ ଅଲ୍ଲୀ ଖାନଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୩୯ ଏବଂ ପଶୁ ନିଷ୍ଠୁରତା ନିବାରଣ ଅଧିନିୟମ ଧାରା (୪) ଅନୁଯାୟୀ ପଶୁ ଚିକିତ୍ସକ ଡାଃ ରଞ୍ଜିତଙ୍କ ନାମରେ ମାମଲା ରୁଜୁ କରିଛି।//ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top