Home ଜିଲ୍ଲା ପରିକ୍ରମା ମତ୍ସଚାଷ ଲିଜନାମରେ ଗାଁ ପୋଖରି ନୀଳବର୍ଣ୍ଣ ହୋଇ ବ୍ୟବହାର ଅନୁପଯୁକ୍ତ ,ଗ୍ରାମବାସୀ ଅସନ୍ତୋଷ

ମତ୍ସଚାଷ ଲିଜନାମରେ ଗାଁ ପୋଖରି ନୀଳବର୍ଣ୍ଣ ହୋଇ ବ୍ୟବହାର ଅନୁପଯୁକ୍ତ ,ଗ୍ରାମବାସୀ ଅସନ୍ତୋଷ

133

ମାଲକାନଗିରି,୧୯ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୋରକୁଣ୍ଡା ପଚାଂୟତରେ ଥିବା ଏକ ବଡ ପୋଖରୀ ରେ ମତ୍ସଚାଷ ପାଇଁ ଲିଜନେଇଥିବା ଏସଏଚଗୃପ ଉକ୍ତ ପୋଖରିରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପକାଉଥିବାରୁ ଉକ୍ତ ପୋଖରୀର ଜଳ ନିଳବର୍ଣ୍ଣ ବ୍ୟବହାର ଅନୁପ ଯୁକ୍ତହୋଇ ଯାଇଛି । ଏହି ପୋଖରିରେ କୋରକୁଣ୍ଡା ପଚାଂୟତର କିଛି ଗ୍ରାମବାସୀ ନିର୍ଭର କରିଥାନ୍ତି । ସେମାନେ ଗୋଧାଇବା ଠାରୁ ଆରମ୍ଭ କରି ବାସନ ମାଜିବା ଆଦି କାର୍ଯ୍ୟରେ ପୋଖରୀଜଳ କୁ ବ୍ୟବହାର କରିଥାନ୍ତି । ଗତ କିଛି ଦିନହେଲା ଏହି ପୋଖରୀଜଳ ନୀଳ ବର୍ଣ୍ଣ ସହ ବିଷାକ୍ତ ହୋଇ ଯାଇଥିବାରୁ ଏହି ପୋଖରୀରେ ଗାଧୋଇ ଅନେକ ଲୋକଙ୍କର ଚର୍ମରୋଗ ରେ ପିଡିତ ଥିବାର ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ବର୍ଷ ଧରି ଏହି ପୋଖରି ଜଳକୁ ବ୍ୟବହାର କରୁଥିବା ଗ୍ରାମବାସୀ ମାନେ ପୋଖରୀ ପାଣି ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଗ୍ରାମବାସୀ ମାନେ ଏ ସଂପର୍କରେ ପୁବ ର୍ରୁ କୋରକୁଣ୍ଡା ବିଡିଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିରେ ମତ୍ସଚାଷ ନାମରେ ପୋଖରି ଲିଜ ନେଇଥିବା ଗୃପ ର କର୍ମକର୍ତାମାନେ ବିଭିନ୍ନ ରାସାୟନିକ ଦ୍ରବ୍ୟପକାଇ ବ୍ୟବହାର ଅନୁପ ଯୁକ୍ତ ହୋଇ ଥିବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.