Home ଓଡ଼ିଶା ମଠ ଭାଙ୍ଗିବା ପରେ ଏବେ ଅସ୍ଥାୟୀ ଘରେ ହେବ ପୂଜା

ମଠ ଭାଙ୍ଗିବା ପରେ ଏବେ ଅସ୍ଥାୟୀ ଘରେ ହେବ ପୂଜା

118

ପୁରୀ,୩୦/୦୮,(ଓଡ଼ିଆ ପୁଅ ପି ନାଏକ): ମାନି ଗଲେ ମହନ୍ତ । ଧ୍ୟାନରୁ ଉଠିବେ ଏମାର ମଠ ମହନ୍ତ । ମଠ ନିକଟସ୍ଥ ଏକ ଘରେ ମହନ୍ତଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଛି । ମହନ୍ତ ଏହି ଘରେ ରହି ତାଙ୍କ ପୂଜାନୀତି କରିବେ । ଏହି ଅସ୍ଥାୟୀ ଘରେ ରହିବାକୁ ମହନ୍ତ ସମ୍ମତି ପ୍ରକାଶ କରିଛନ୍ତି । ଗତକାଲି ଏମାର ମଠ ଭଙ୍ଗା ଚାଲିଥିବା ବେଳେ ଭିତରେ ମହନ୍ତ ନିଜ କକ୍ଷରେ ଧ୍ୟାନରତ ଥିଲେ । ମଠ ସୁରକ୍ଷିତ ଥିବା ଦର୍ଶାଇ ସେ ବାହାରକୁ ବାହାରିନଥିଲେ । ତେବେ ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ ଅସ୍ଥାୟୀ ଘରେ ପୂଜାର୍ଚ୍ଚନା କରିବା ପାଇଁ ମହନ୍ତ ରାଜି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.