Home ଆମ ପର୍ବ ପର୍ବାଣୀ ମକର ପର୍ବ ପାଇଁ ଚଳଚଞ୍ଚଳ ହାଣ୍ଡିଭଙ୍ଗା

ମକର ପର୍ବ ପାଇଁ ଚଳଚଞ୍ଚଳ ହାଣ୍ଡିଭଙ୍ଗା

429

କେନ୍ଦୁଝର,ତା ୧୪ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ଥିର୍ଥ ପାତ୍ର) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ହାଣ୍ଡିଭଙ୍ଗା ଆଜି ଠାରୁ ମକର ମେଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ସୂଚନା ଅନୁଯାୟୀ ମକର ପର୍ବରେ ହାଣ୍ଡିଭଙ୍ଗା ଜଳପ୍ରପାତ ନିକଟରେ ୮ ଦିନ ପର୍ଯ୍ୟନ୍ତ ମେଳା ବସିଥାଏ । ଏହି ମେଳାରେ ବିଭିନ୍ନ ପ୍ରକାରର ଦୋକାନ ବଜାର ସହ ନାଚ ଗୀତରେ କମ୍ପି ଉଠେ ଏଅଞ୍ଚଳ, ଏଥିସହ ପାଲାର ମଜା ନେଇଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଓଡିଶାର ବଡ଼ ପର୍ବ ମକର କୁହାଯାଉଥିବା ବେଳେ ଏଠାରେ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖି ଲାଗେ ସତରେ ମକର ପର୍ବ ମହାନ । ହାଣ୍ଡିଭଙ୍ଗା ଜଳ ପ୍ରପାତ ସାଙ୍ଗକୁ ଏଠାରେ ବସିଥିବା ମକର ମେଳା ଦି ଗୁଣିତ କରିଥାଏ । ଆଖପାଖ ଠାରୁ ଆରମ୍ଭ କରି ଦୂରଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ହାଣ୍ଡିଭଙ୍ଗା ଜଳପ୍ରପାତ ସହ ଏଠାରେ ବସିଥିବା ମକର ମେଳାର ମଜା ନେଇଥାନ୍ତି । ହାଣ୍ଡିଭଙ୍ଗା ଜଳପ୍ରପାତର ଚତୃପାର୍ଶ୍ବ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଚାଲିଥିବା ମକର ମେଳା ଠାରୁ ଏଠାରେ ହେଉଥିବା ମକର ମେଳା ଅନ୍ୟତମ ବୋଲି ଜଣାପଡିଛି । ଏହି ମେଳା ପାଇଁ ବର୍ତ୍ତମାନ ଏଠାରେ ବିଭିନ୍ନ ଦୋକାନ ବଜାର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଆକର୍ଷଣୀୟ ଆଲୋକରେ ଝଲସି ଉଠିଲାଣି ଏହି ଅଞ୍ଚଳ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.