Home ଆନ୍ତର୍ଜାତୀୟ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍ ଫୋର୍ସ – ଧର୍ମେନ୍ଦ୍ର...

ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍ ଫୋର୍ସ – ଧର୍ମେନ୍ଦ୍ର ପ୍ରଧାନ

24

କତାର୍ ଉର୍ଜା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ଆଲୋଚନା

– ଟାସ୍କ୍ ଫୋର୍ସର ପ୍ରତିନିଧିତ୍ୱ କରିବେ କତାର ପେଟ୍ରୋଲିୟମର ଉପସଭାପତି ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସର

– ଭାରତର ଉର୍ଜା କ୍ଷେତ୍ରରେ କତାର୍‌ର ପୁଞ୍ଜନିବେଶ ପାଇଁ ନିର୍ଦ୍ଦିଷ୍ଟ ପ୍ରକଳ୍ପର ହେବ ଅନ୍ୱେଷଣ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୧୧ (ଓଡ଼ିଆ ପୁଅ) – ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାସ୍କ୍ ଫୋର୍ସ ଗଠନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମ ସଭାପତି ଓ ସିଇଓ ସାଦ୍ ଶେରିଦା ଅଲ-କବିଙ୍କ ସହ ଟୋଲିଫୋନରେ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଭାରତର ସାମଗ୍ରିକ ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କତାରର ମନ୍ତ୍ରୀ ଅଲ-କବିଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରୁ ଜଣାପଡିଛି ଯେ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଇଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି।

କାତାର ପେଟ୍ରୋଲିୟମର ଉପସଭାପତି ଓ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଗଠନ ହେବାକୁ ଥିବା ଟାସ୍କ ଫୋର୍ସର ପ୍ରତିନିଧିତ୍ୱ କରିବେ। ଭାରତର ଉର୍ଜା କ୍ଷେତ୍ରରେ ଥିବା କେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ କତାରର ପୁଞ୍ଜନିବେଶ କରିପାରିବ, ପ୍ରତିନିଧିମାନେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଅନ୍ୱେଷଣ କରିବେ।

ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ ଶ୍ରୀ ପ୍ରଧାନ ଏହି ଆଲୋଚନାରେ ଦୋହରାଇଥିଲେ। ଉର୍ଜା କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିକୁ ସୁଦୃଢ଼ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିଲେ। ଏହାସହ କେବଳ କ୍ରୟ ବିକ୍ରୟ ନୁହେଁ ବରଂ ଦ୍ୱିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.