Home ଜିଲ୍ଲା ପରିକ୍ରମା ରବିଧାନ ସଂଗ୍ରହରୁ ବାଦ୍ ଦେବା ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରଶାସନର ଦ୍ୱାରସ୍ତ

ରବିଧାନ ସଂଗ୍ରହରୁ ବାଦ୍ ଦେବା ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରଶାସନର ଦ୍ୱାରସ୍ତ

1

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରବିଧାନ ସଂଗ୍ରହ କାର୍ଯ୍ୟରୁ ବାଦ୍ ପଡୁଥିବା ଅସୁରାଳି (ହଂସପୁର) ସ୍ଥିତ ବାବା ଆଖଣ୍ଡଳମଣି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ଏ ନେଇ ଏକ ଅଭିଯୋଗ ପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ଏମାନଙ୍କର ଅଭିଯୋଗ ହେଲା ଅସୁରାଳି ଗ୍ରାମପଂଚାୟତର ଚାଷୀଭାଇମାନଙ୍କ ପାଇଁ ସରକାରଙ୍କ ତରଫରୁ ଏହି ସ୍ୱୟଂ ଶାସିତ ଗୋଷ୍ଠୀକୁ ଧାନ ସଂଗ୍ରହ ନିମନ୍ତେ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ସରକାରଙ୍କ ଅଧିନିୟମ ଅନୁଯାୟୀ ଧାନକ୍ରୟ ବିକ୍ରୟ କାର୍ଯ୍ୟଟିକୁ ସୂଚାରୁ ରୂପେ ସଂପାଦନ କରିଆସିଥିଲୁ। କିନ୍ତୁ ଗତ ତା ୨୦.୦୫.୨୬ ରିଖରେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଏକ ପତ୍ର ମାଧ୍ୟମରେ ବିଭିନ୍ନ କାରଣ ଦର୍ଶାଇ ରବିଧାନ ସଂଗ୍ରହ କାର୍ଯ୍ୟରୁ ଅନ୍ତର କରିଛନ୍ତି। ଗୋଷ୍ଠୀ ସଦସ୍ୟାମାନେ ଦର୍ଶାଇଛନ୍ତି ଯେ ଯେଉଁ କାରଣ ଗୁଡିକୁ ଚିଠିରେ ଉଲ୍ଲେଖ କରାଯାଇ ଧାନ ସଂଗ୍ରହରୁ ବାଦ୍ କରିଦିଆଯାଇଛି, ଠିକ୍ ନୁହେଁ। ଆମ୍ଭ ଗୋଷ୍ଠୀ ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡିରେ ସମସ୍ତ ସୁବିଧା ଉପଲବ୍ଧ ଅଛି। ଏହାସହିତ ରବିଧାନ କ୍ରୟ କରିବା ପାଇଁ ଚାଷୀ ପଂଜିକରଣ, ଚାଷୀ ଜମି ସର୍ଭେ ଓ ପାଲ ଆଣିବା ପାଇଁ ପତ୍ର ମାଧ୍ୟମରେ ଆମ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସୂଚନା ଦିଆଯାଇଥିଲା। ଏହିସବୁ କାର୍ଯ୍ୟକୁ ଆମ ସ୍ୱୟଂ ସହାୟିକା ଗୋଷ୍ଠୀ ସୂଚାରୁ ରୂପେ ସଂପାଦନ କରିଥିଲୁ। ଏଣୁ ପୂର୍ବଭଳି ଆମ୍ଭମାନଙ୍କୁ ଧାନମଣ୍ଡି ଖୋଲିବା ନିମନ୍ତେ ଅନୁମତି ଦିଆଗଲେ ବିଶେଷ ଉପକୃତ ହେବୁ ବୋଲି ବାବା ଆଖଣ୍ଡଳମଣି ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ବାସନ୍ତୀ ରାଉତ, ସଂପାଦିକା ମମତାରାଣୀ ରାୟଙ୍କ ସମେତ ଲକ୍ଷ୍ମୀ ରାଉତ, ସୁପ୍ରିୟା ରାଉତ, ସୁମିତ୍ରା ରାଉତ, ଲକ୍ଷ୍ମୀପ୍ରିୟା ରାଉତ, ଚମ୍ପା ରାଉତ, ସସ୍ମିତା ରାଉତ, ଲିପୁନ ରାଉତ, ସୁଶାନ୍ତି ବେହେରା ପ୍ରମୁଖ ସଦସ୍ୟାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.