Home ଓଡ଼ିଶା ବସ୍ ଷ୍ଟାଣ୍ଡ ସୌଚାଳୟରେ ତାଲା, ପରିଶ୍ରା ଲାଗିଲେ ପାଚେରୀ ଖୋଜା

ବସ୍ ଷ୍ଟାଣ୍ଡ ସୌଚାଳୟରେ ତାଲା, ପରିଶ୍ରା ଲାଗିଲେ ପାଚେରୀ ଖୋଜା

35

ଯୋଡା, ୧୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପୌରପାଳିକା ଅନ୍ତର୍ଗତ ଯୋଡା ବସ୍ ଷ୍ଟାଣ୍ଡରେ ସୌଚାଳୟଟିଏ ନଥିବାରୁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବସ୍ ଷ୍ଟାଣ୍ଡରୁ ଦୈନିକ ୩୦ରୁ ଉର୍ଦ୍ଧ ବସ୍ ଚଳାଚଳ କରୁଥିବା ବେଳେ ଏହି ସୌଚାଳୟ ଅଭାବରୁ ଯାତ୍ରୀମାନେ ପୌରପାଳିକା ଦୋକାନ ଘର କାନ୍ଥ ଉପରେ ନିର୍ଭର ହେବାକୁ ବାଧ୍ୟ ହୋଇପଡୁଛନ୍ତି । ଏହି ପରିଶ୍ରାରେ ସମ୍ପୂର୍ଣ୍ଣ ବସ୍ ଷ୍ଟାଣ୍ଡଟି ଦୁର୍ଗନ୍ଧମୟ ହୋଇପଡୁଥିବା ବେଳେ ରାତ୍ରୀକାଳୀନ ବସ୍‌ରେ ଯିବାକୁ ଅପେକ୍ଷା କରୁଥିବା ମହିଳାମାନଙ୍କର ଅବସ୍ଥା କହିଲେ ନସରେ । ବାରମ୍ବାର ଅଭିଯୋଗ ପରେ ପୌରପାଳିକା ପକ୍ଷରୁ ବସ୍ ଷ୍ଟାଣ୍ଡରେ ଏକ ପରିଶ୍ରାଗାର ନିର୍ମାଣ କରାଯାଇଛି । କିଛି ଦିନ ବ୍ୟବହାର କଲାପରେ ଏଥିରେ ଥିବା ଜଳ ସଂଯୋଗ କୌଣସି କାରଣ ବଶତଃ କଟିଯାଇଥିବା ବେଳେ ପୌରପାଳିକା ଏହାକୁ ମରାମତି ନକରି ପରିଶ୍ରାଗାରଟିରେ ତାଲା ପକାଇଦେଇଥିବା ଦେଖିବାକୁ ମିଳିଛି । ଏହି ପରିଶ୍ରାଗାର ନିର୍ମାଣ ପରେ ଯେଉଁ କିଛି ମାସ ଧରି ଏହା ଚାଲିଥିଲା ଏହାକୁ ନିୟମିତ ସଫା କରାନଯିବା ଯୋଗୁଁ ବ୍ୟବାହର ଅନୁପଯୋଗୀ ହୋଇପଡିଥିଲା । ଯୋଡା ପୌରପାଳିକାରେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଏହି ପରିଶ୍ରାଗାର ନିର୍ମାଣ କରାଯାଇଥିବା ଅର୍ଦ୍ଧାଧିକ ପରିଶ୍ରାଗାର ଜଳ ଯୋଗାଣର ବ୍ୟବସ୍ଥା ନଥିବା ଯୋଗୁଁ ଅକାମୀ ହୋଇପଡିଛି । ପୌରପାଳିକା ଏଥିପ୍ରତି ଦୃଷ୍ଟି ନଦେବାରୁ ଯୋଡା ବସ୍ ଷ୍ଟାଣ୍ଡରେ ଥିବା ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଏହି ସୌଚାଳୟକୁ ତୁରନ୍ତ ଚାଲୁକରିବା ପାଇଁ ସବୁ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.