Home ଓଡ଼ିଶା ପୋଲିସ ଦ୍ୱାରା ମାଙ୍କଡା ପଥର ଗାଡି ଜବତ ଡ୍ରାଇଭର କୋର୍ଟ ଚାଲାଣ

ପୋଲିସ ଦ୍ୱାରା ମାଙ୍କଡା ପଥର ଗାଡି ଜବତ ଡ୍ରାଇଭର କୋର୍ଟ ଚାଲାଣ

21

ନୟାଗଡ/୧୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ ଆଗରେ ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ସଂଘ ତରଫରୁ ପ୍ରଶାସନିକ ସହଯୋଗ ପାଇଁ  ଗତ ଡିସେମ୍ବର ୨ତାରିଖ ରୁ ଧାରଣା ଦିଆଯାଇଥିଲା । ଯାହାର ନେତୃତ୍ୱ ନେଇଥିଲେ ମିନିଟ୍ରକ ମାଲିକ ରଞ୍ଜିତ୍ ପଟ୍ଟନାୟକ । ନୟାଗଡ ଉପ ଜିଲ୍ଲାପାଳ , ରଣପୁର ଥାନା ଇନିସ୍ପେକ୍ଟର ଓ ରଣପୁର ତହସିଲଦାର ଧାରଣାକାରୀ ଙ୍କ ସହ ଆଲୋଚନା ପରେ ଧାରଣା ହଟିଥିଲା । ଧାରଣା ଦ୍ୱାରା ସରକାରଙ୍କ ପ୍ରୋତ୍ସାହିତ ଆବାସ ଯୋଜନା ପାଇଁ ନିର୍ମାଣ ସାମଗ୍ରୀ ଯୋଗାଉଥିବା ଗାଡି ଗୁଡିକ ପ୍ରତି ନରମ ମନୋଭାବ ପୋଷଣ ଆଲୋଚନା ହୋଇଥିଲା । କିନ୍ତୁ ଗତ ଡିସେମ୍ବର ୯ତାରିଖ ରାତ୍ର ରେ ଧାରଣାର ନେତୃତ୍ୱ ନେଇଥିବା ରଞ୍ଜିତ୍ ପଟ୍ଟନାୟକ ଙ୍କର ମାଙ୍କଡା ବୋଝେଇ ଓ ଡି ୦୨ଏ ୱାଇ ୨୪୭୮ ମିନିଟ୍ରକ ଟିକୁ ଲୋଧାଚୁଆ ଓ କୋଇଲମା ରାସ୍ତାରୁ ରଣପୁର ଥାନା ପୋଲିସ ତନଖି କରିଥିଲା ।

ଗାଡି ଡ୍ରାଇଭର ଶିବ ପ୍ରସାଦ ତନଖି ସମୟରେ ଆବଶ୍ୟକିୟ କାଗଜ ପତ୍ର ଦେଖାଇ ପାରିନଥିଲେ । ଯାହା ଫଳରେ ରଣପୁର ପୋଲିସ ଗାଡି ଜବତ କରିବା ସହିତ ଡ୍ରାଇଭର ଓ ଲେବର ମାନଙ୍କୁ ଗିରଫ କରିଥିଲେ । ଡ୍ରାଇଭର ଶିବ ପ୍ରସାଦ କୁ କୋର୍ଟ ଚାଲାଣ କରିଥିବା ବେଳେ ଲେବର ମାନଙ୍କୁ ଥାନାରୁ ନୋଟିସ୍ ଦେଇ ଛାଡିଥିବା ଜଣାପଡିଛି । ଡ୍ରାଇଭର ଶିବ ପ୍ରସାଦ ର ଜାମିନ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏ ସର୍ମ୍ପକେ ମିନିଟ୍ରକ ମାଲିକ ରଞ୍ଜିତ୍ ପଟ୍ଟନାୟକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ପୋଲିସ ପ୍ରଶାସନର ଏହା ଆମ ପ୍ରତି ଅନ୍ୟାୟ ହୋଇଛି । କାରଣ ଆମ୍ଭେ ଜଣେ ଆବାସ ଯୋଜନା ହୀତାଧିକାରୀଙ୍କର ଗୃହ ନିର୍ମାଣ ପାଇଁ ମାଙ୍କଡା ପଥର ଚାଲାଣ କରୁଥିଲୁ । ପୋଲିସ ପ୍ରଶାସନ ଆମ୍ଭ ନାମରେ ମାମଲା, ଖଣି ମଲିକ ନାମରେ ମାମଲା ଓ ଡ୍ରାଇଭର ନାମରେ ମାମଲା କରିବା ଯୋଗୁଁ ଖଟିଖିଆ ଡ୍ରାଇଭର ର ପରିବାର କାନ୍ଦୁଥିବା ଜଣାପଡିଛି । ଆମ୍ଭେ ଧାରଣା ର ନେତୃତ୍ୱ ନେଇଥିବାରୁ ପୋଲିସ ର ଆମ୍ଭ ପ୍ରତି ଏହା ଏକ ଆକ୍ରୋଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.