Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କରୋନା ତଥ୍ୟ

ଭଦ୍ରକ ଜିଲ୍ଲା କରୋନା ତଥ୍ୟ

148

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୁଧବାର ଦିନ ସୁଦ୍ଧା ଜିଲ୍ଳାରୁ ଆଉ ୪୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତମାନେ ଲୋକାଲ କଣ୍ଟାକ୍ଟ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏଥି ସହିତ ଜିଲ୍ଲାରୁ ୩୫ହଜାର ୮୪୭ ସାମ୍ପୁଲ ଟେଷ୍ଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୭୩୪ରେ। ସେମାନଙ୍କ ମଧ୍ୟରୁ ସୁସ୍ଥଙ୍କ ସଂଖ୍ୟା ହଜାରେ ପାର ହୋଇ ୧୦୦୮ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୫ରୁ ବୃଦ୍ଧି ପାଇଁ ୬ ହେବା ପରେ ବାକି ୭୨୧ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଆଜି ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣେ ୩୦ ବର୍ଷୀୟା ମହିଳା, ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। ନୂଆ ଆକ୍ରାନ୍ତ ଭାବେ ବାସୁଦେବପୁର ବ୍ଲକରୁ ୪ଜଣ, ବାସୁଦେବପୁର ପୌରପାଳିକାରୁ ୩ଜଣ, ଭଦ୍ରକ ବ୍ଲକରୁ ୬, ଭଦ୍ରକ ପୌରପାଳିକାରୁ ୯, ବନ୍ତରୁ ୭, ଭଣ୍ଡାରିପୋଖରୀରୁ ୨, ଚାନ୍ଦବାଲିରୁ ୨, ଚାନ୍ଦବାଲି ଏନ୍‌ଏସିରୁ ୨, ଧାମନଗରରୁ ୮, ତିହିଡିରୁ ୩ ଏବଂ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ବନ୍ତ ବ୍ଲକର ଆକ୍ରାନ୍ତମାନେ ହେଲେ ଗୋବିନ୍ଦପୁର ପଞ୍ଚାୟତର ୩ଜଣ, ତୋଡଙ୍ଗା ପଞ୍ଚାୟତର ୩ଜଣ, ବଡମହିଷିଗୋଠ ଗ୍ରାମରୁ ଜଣେ, ଧାମନଗର ବ୍ଲକର ଦୋବଲ ପଞ୍ଚାୟତରୁ ୩, କରଦା ପଞ୍ଚାୟତରୁ ୪ଜଣ, ଅସୁରାଳି ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକାର ୨୮ ନଂ ୱାର୍ଡରୁ ୬, ୧୬ ନଂ ୱାର୍ଡରୁ ଜଣେ, ୯ନଂ ୱାର୍ଡରୁ ଜଣେ, ୧୯ ନଂ ୱାର୍ଡରୁ ଜଣେ, ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର ପଞ୍ଚାୟତରୁ ଜଣେ, ଅଢୁଆଁ ପଞ୍ଚାୟତରୁ ଜଣେ, କୁମାରପୁର ଗ୍ରାମରୁ ଜଣେ, ବେତଡାରୁ ଜଣେ, ବାସୁଦେବପୁର ପୌରପାଳିକାର ୧୪ନଂ ୱାର୍ଡରୁ ଜଣେ, ଉଚ୍ଚଡିହାରୁ ଜଣେ, ବାଲିନଗର ଗ୍ରାମରୁ ଜଣେ, ଭଦ୍ରକ ବ୍ଲକର ସାବରଙ୍ଗରୁ ୩, ହରିପୁରରୁ ଜଣେ, କୋଡବରୁଆଁରୁ ଜଣେ, ଏରେଇଁରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆରୁ ଜଣେ, ରାମଚନ୍ଦ୍ରପୁରରୁ ଜଣେ, ଚାନ୍ଦବାଲି ବ୍ଳକ ଓଳଗ ଗ୍ରାମରୁ ୨ଜଣ, ଚାନ୍ଦବାଲି ଏନ୍‌ଏସିର ୬ ନଂ ୱାର୍ଡରୁ ୨ଜଣ, ତିହିଡି ବ୍ଲକର ଭାଟପଡା ଗ୍ରାମରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଞ୍ଚଳର ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.