Home ଜିଲ୍ଲା ପରିକ୍ରମା ଭଦ୍ରକ : ଚତୁର୍ଥୀ ଭୋଜିରେ ୨ ଗୋଷ୍ଠୀ ମାରପିଟ୍‌, ୨ ଗୁରୁତର

ଭଦ୍ରକ : ଚତୁର୍ଥୀ ଭୋଜିରେ ୨ ଗୋଷ୍ଠୀ ମାରପିଟ୍‌, ୨ ଗୁରୁତର

109

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚତୁର୍ଥୀ ଭୋଜିରେ ସଂପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରିବାରୁ ଆକ୍ରମଣ ଅଭିଯୋଗ । ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର । ଭଦ୍ରକ ଜିଲା ଧାମନଗର ଥାନା ଭଗବାନପୁର ସେଠୀସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉକ୍ତ ଗ୍ରାମର ଜଳନ୍ଧର ସେଠୀଙ୍କ ପୁଅ ବାହାଘର ପରେ ଚତୁର୍ଥୀ ଭୋଜି ଆୟୋଜିତ ହେଉଥିଲା । ଭୋଜିରେ ଯୋଗଦେବା ପାଇଁ ଗ୍ରାମର ସଂପର୍କୀୟ ଭାଇ ମାନଙ୍କୁ ନିମନ୍ତ୍ରଣ କରିଥିଲେ ଜଳନ୍ଧର । କିନ୍ତୁ ଏହି ନିମନ୍ତ୍ରଣ କରିବା ଯୋଗୁଁ ସଂପର୍କୀୟ ଭାଇମାନେ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏମିତିକି ଘର ନିକଟ ବିଲରେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଉଭୟ ଗୋଷ୍ଠୀର ଦୁଇଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ହୋଇଛି । ଏହି ସାମାନ୍ୟ ଘଟଣା ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି କି ଏହା ପଛରେ ଆଉ କିଛି କାରଣ ଅଛି ସେନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.