Home ଜିଲ୍ଲା ପରିକ୍ରମା ସରପଞ୍ଚଙ୍କ ଜିଲାପାଳ କ୍ଷମତା ପ୍ରୟୋଗ : ଦକ୍ଷିଣବାଡ ପଂଚାୟତ ସଟ୍‌ଡାଉନ୍

ସରପଞ୍ଚଙ୍କ ଜିଲାପାଳ କ୍ଷମତା ପ୍ରୟୋଗ : ଦକ୍ଷିଣବାଡ ପଂଚାୟତ ସଟ୍‌ଡାଉନ୍

135

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବଜାର ସମେତ ସହର ଦକ୍ଷିଣବାଡ ପଂଚାୟତକୁ ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ୧୯ ତାରିଖ ଠାରୁ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଓ ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆଂଶିକ ସଟଡାଉନ୍ କରିଛନ୍ତି । ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଏକ କ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି କରୋନା ମହାମାରୀ ସହ ଲଢେଇ ପାଇଁ ସଟଡାଉନ୍‌ର ଆବଶ୍ୟକତା ଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ୨ଟା ଠାରୁ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ବଜାର ସଂପୂର୍ଣ୍ଣ ବନ୍ଦ ଓ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସକାଳ ୬ ରୁ ଦିନ ଦୁଇଟା ପର୍ଯ୍ୟନ୍ତ ଦୋକାନ ବଜାର ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଖୋଲାଯିବ । ଦୁଇଟା ଠାରୁ ପ୍ରତ୍ୟେକ ଦିନ ବନ୍ଦ କରାଯିବ । ଏହାର ଉଲ୍ଲଘନ କରୁଥିବା ବ୍ୟବସାୟୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସରପଞ୍ଚ କହିଛନ୍ତି । ଏହି ପଦକ୍ଷେପ ସଂପର୍କରେ ଜିଲାପାଳ ଓ ଜିଲା ପୁଲିସ୍ ଅଧୀକ୍ଷକଙ୍କୁ ଜଣାଯାଇ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.