Home ଜିଲ୍ଲା ପରିକ୍ରମା ମୋଟର ସାଇକେଲ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ

ମୋଟର ସାଇକେଲ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ

101

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଜାର ମଧ୍ୟରୁ ବାଇକ୍ ଡିକି ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ୍ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି । ସୂଚନାରୁ ଜଣାଯାଏ ଲୁଟ୍‌ର ଶୀକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଧାମୋହନପୁର ଗ୍ରାମର ମହେଶ୍ୱର ପାଣିଗ୍ରାହୀ । ଷ୍ଟେଟ୍ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ନିଜ ବାଇକ୍ ଡିକିରେ ରଖି ବ୍ଲକ୍‌ରୋଡ୍ ସ୍ଥିତ ଏକ ବ୍ୟାଙ୍କକୁ ଯାଇଥିଲେ ଫେରିଆସି ଗାଡିର ଡିକି ଭଙ୍ଗାଯାଇଛି, ସେଥିରେ ଥିବା ଟଙ୍କା ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନାହିଁ । ଏହି ଚୋରି ଘଟଣା ନିକଟରେ ଥିବା ଏକ ଦୋକାନ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.