Home ଜିଲ୍ଲା ପରିକ୍ରମା ବ୍ଲକ ମହାଦୁର୍ନୀତିର ପର୍ଦ୍ଦାଫାସ କଲା ବିଜେପି, ସମାବେଶ ପରେ ୯ଦଫା ଦାବିପତ୍ର ପ୍ରଦାନ

ବ୍ଲକ ମହାଦୁର୍ନୀତିର ପର୍ଦ୍ଦାଫାସ କଲା ବିଜେପି, ସମାବେଶ ପରେ ୯ଦଫା ଦାବିପତ୍ର ପ୍ରଦାନ

50

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକରେ ଚାଲିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ କରିଛି ବିଜେପି । ସୋମବାର ସମାବେଶ କରି ଗୋଟି ଗୋଟି କରି ପ୍ରତ୍ୟେକ ଦୁର୍ନୀତିର ଗୁମର ଖୋଲିବା ସହ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରି ବ୍ଲକ ପ୍ରଶାସନକୁ ଚେତାବନୀ ଦେଇଛି । ଦୁର୍ନୀତିକୁ ସୁରକ୍ଷା ଦେଇ ଅର୍ଥ ଉପାର୍ଜ୍ଜନ କରୁଥିବା କର୍ମଚାରୀ ଓ ସେମାନଙ୍କ ଦ୍ୱାରା ପ୍ରତିପାଳିତ ଦଲାଲମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏଥିପାଇଁ ଯୋଗ୍ୟ ହିତାଧିôକାରୀ ଯୋଜନାରୁ ବଞ୍ôଚତ ହେଉଥିବା ବେଳେ ଦଲାଲମାନେ କୋଟିପତି ପାଲଟି ଗଲେଣି । ଦିନ ତମାମ ଦଲାଲମାନେ ବ୍ଲକର ପ୍ରତ୍ୟେକ କର୍ମଚାରୀଙ୍କୁ ଘେରି ରହି ସାଧାରଣ ଲୋକଙ୍କୁ ସିଧାସଳଖ କାର୍ଯ୍ୟ କରିବାକୁ ସୁଯୋଗ ଦେଉନାହାନ୍ତି । ଗ୍ରାମୀଣ ଗୃହନିର୍ମାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା ଭଳି କଲ୍ୟାଣକାରୀ ଯୋଜନା ଏବେ ଦଲାଲଙ୍କ ଯୋଜନାରେ ପରିଣତ ହୋଇଛି । ବ୍ଲକରେ ଦୀର୍ଘ ଦିନ ଧରି ଚାଲିଥିବା ଏଭଳି ମହାଦୁର୍ନୀତି ସମ୍ପର୍କୀୟ ଗଦା ଗଦା ଉଦାହରଣର ଅଭାବ ନାହିଁ । ଦୁର୍ନୀତି ବିରୋଧରେ ହେଉଥିବା ଅଭିଯୋଗର ତଦନ୍ତ ହାସ୍ପାସ୍ୟଦ ଭାବେ ସଂପୃକ୍ତ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଧିକାରୀଙ୍କ ଦ୍ୱାରା କରାଯାଇ ଦଲାଲମାନଙ୍କୁ ସୁରକ୍ଷା ଦିଆଯାଉଛି । ଗତ ଶୁକ୍ରବାର ଏଭଳି ମହାଦୁର୍ନୀତି ବିରୋଧରେ ଲଢେଇ କରିବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଥିଲା । ତଦନୁଯାୟୀ ଦଳ ପକ୍ଷରୁ ସୋମବାର ‘ପର୍ଦ୍ଦାଫାଶ’ ସମାବେଶର ଆୟୋଜନ କରାଯାଇଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦଳର ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚଥିଲେ । ଦଳର ବରିଷ୍ଠ ନେତା ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ଦୁର୍ନୀତି ପର୍ଦ୍ଦାଫାଶ ସଭାରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଧଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର ପ୍ରମୁଖ ଉଦବୋଧନ ଦେଇ ଦୁର୍ନୀତିର ଗୋଟିଏ ଗୋଯିଏ ଉଦାହରଣ ଖୁଲାସା କରି ବ୍ଲକ ପ୍ରଶାସନକୁ ତୀବ୍ର ଭର୍ସନା କରିଥିଲେ ।

ଦଳ ପକ୍ଷରୁ ପ୍ରସ୍ତୁତ ନଅ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ବିଜୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକାଧିକ ଘର ହାତେଇଥିôବା ବ୍ୟକ୍ତି, ଫଲ୍ସ ବିଲ ସହ ଅଯୋଗ୍ୟ ଘର ପାଇଥିôବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା; ରାସନ କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା; ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ହେଉଥିôବା ମିଥ୍ୟା ମଷ୍ଟର ରୋଲ ଓ ଏହା ଦ୍ୱାରା ଅର୍ଥ ତୋଷରପାତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ; ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତା ଆବେଦନକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବା ସହ ବୟସ ଜାଲିୟାତି କରି ଭତ୍ତା ହାତେଇଥିôବା ବ୍ୟକ୍ତିଙ୍କ ବିରୋଧରେ ଓ ଏହାକୁ ସହଯୋଗ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ; ଅନ୍ତୋଦୟ ଯୋଜନା ହିତାଧିକାରୀଙ୍କ ସମୀକ୍ଷା କରିବା; କେନ୍ଦ୍ର ସରକାରଙ୍କ ଆମ୍ଫାନ ଅନୁଦାନରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା; ଗ୍ରାମ୍ୟ ରୋଜଗାର ସେବକଙ୍କ ବଦଳିକୁ ବାସ୍ତବରେ କାର୍ଯ୍ୟକାରୀ କରାଯିବା ଆଦି ଦାବି ଅନ୍ତର୍ଭୁକ୍ତ । ଏହା ସହ ଦୁଇଶହରୁ ଅଧିକ ଅଭିଯୋଗପତ୍ର ପ୍ରଦାନ କରାଯାଇ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଦଳୀୟ ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ଚରଣ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ସୁରେଶ ସାମଲ, ପ୍ରଦ୍ୟୁମ୍ନ ସେନାପତି, ଅନ୍ତର୍ଯ୍ୟାମୀ ସାହୁ, ଶିବାନନ୍ଦ ସାହୁ, ରବିନାରାୟଣ ସାହୁ, ଅଜୟ ପାତ୍ର, ସୁରେଶ ଦାସ, ଭୀମସେନ ନାୟକ, ପ୍ରତାପ ଦ୍ୱିବେଦୀ, ବଳରାମ ସାହୁ, ତପନ ପାତ୍ର, ସୁଶାନ୍ତ ମହାପାତ୍ର, ନିରଞ୍ଜନ କୁଅଁର, ସୁଧିର ନାୟକ, ଟୁଟୁ ଦିବେଦୀ, ସୁରେଶ ଲେଙ୍କା, ଜୟକୃଷ୍ଣ ନାୟକ, ଅଭିମନ୍ୟୁ ଦାସ ମହାପାତ୍ର, ପ୍ରହ୍ଲାଦ ସାହୁ, ଅଜୟ ରାଉତ, ବିବେକାନନ୍ଦ ସାହୁ ପ୍ରମୁଖ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.