Home ଓଡ଼ିଶା ବେକରେ ଗୁଡ଼ି ସୂତା ବାଜି ଯୁବକଙ୍କ ମୃତ୍ୟୁ

ବେକରେ ଗୁଡ଼ି ସୂତା ବାଜି ଯୁବକଙ୍କ ମୃତ୍ୟୁ

1177

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାସ୍ତାରେ ଯାଉଥିବା ବେଳେ ସାବଧାନ ! ମୃତ୍ୟୁ କେବେ,କେତେ ବେଳେ, କେଉଁଠି ଅପେକ୍ଷା କରିଥାଏ, ତାହା ଆମ ସମସ୍ତଙ୍କୁ ଅଜଣା। ଏପରି ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ସିଭିଲ ଇଂଜିନିୟର। ଦୁଇ ଭଉଣୀ ସହିତ ସ୍କୁଟିରେ ଯାଉଥିବା ସମୟରେ ବେକରେ ଗୁଡି ସୂତା ଲାଗିଯିବାରୁ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି।

ମାନବ ଶର୍ମା(୨୨)ନାମକ ଜଣେ ଯୁବକ ନିଜ ଦୁଇ ଭଉଣୀ ସହିତ ରାକ୍ଷୀ ବାନ୍ଧିବା ପାଇଁ ହରିନଗରରେ ଥିବା ମାଉସୀ ଘରକୁ ଯାଉଥିବା ବେଳେ ଏପରି ଦୁର୍ଘଟଣାର ସାମ୍ନା ଶିକାର ହୋଇଛନ୍ତି। ପ୍ରାୟ ଦିନ ୧ଟା ବେଳେ ମାନବ ପଶ୍ଚିମ ବିହାର ସ୍ଥିତ ଫ୍ଲାଏ ଓଭରରେ ଯାଉଥିବା ବେଳେ ଏକ ଗୁଡି ସୂତାରେ ତାଙ୍କ ବେକ କଟିଯାଇଥିଲା। କିଛି ବାଟ ଗଲା ପରେ ମାନବ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଯାଇଥିଲେ। ଦୁଇ ଭଉଣୀ ହଠାତ୍‌ କ’ଣ ହେଲା କିଛି ବୁଝିପାରିନଥିଲେ। ସ୍କୁଟିରୁ ସମେସ୍ତ ପଡିଯିବା ପରେ ଭଉଣୀ ଦୁହେଁ ଭାଇର ବେକ କଟିଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଲୋକଙ୍କ ସାହାଯ୍ୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଉକ୍ତ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.