Home ଓଡ଼ିଶା AIIMS ର ଏମରଜେନ୍ସି ୱାର୍ଡରେ ଲାଗିଲା ନିଆଁ, ୩୪ଟି ଦମକଳ ଗାଡ଼ି ସହିତ ନିଆଁ ଲିଭାଇବାରେ...

AIIMS ର ଏମରଜେନ୍ସି ୱାର୍ଡରେ ଲାଗିଲା ନିଆଁ, ୩୪ଟି ଦମକଳ ଗାଡ଼ି ସହିତ ନିଆଁ ଲିଭାଇବାରେ ଲାଗିଛନ୍ତି ଦମକଳକର୍ମୀ

429

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀ ସ୍ଥିତ ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS) ର ଏମରଜେନ୍ସି ୱାର୍ଡରେ ନିଆଁ ଲାଗିଛି। ଏମରଜେନ୍ସି ୱାର୍ଡର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ଫାୟାର ବ୍ରିଗେଡର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଦ୍ୱିତୀୟ ମହଲାରେ ଥିବା ଏମରଜେନ୍ସି ଲ୍ୟାବ ନିକଟରେ ଥିବା ବିସି ବ୍ଲକର ତାରରେ ନିଆଁ ଲାଗିଛି।

 

ଏମରଜେନ୍ସି ୱାର୍ଡର ରୋଗୀମାନଙ୍କୁ ଦ୍ୱିତୀୟ ୱାର୍ଡକୁ ଶିଫ୍ଟ କରି ଦିଆଯାଇଛି। ଘଟଣା ସ୍ଥଳରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଅନ୍ୟ ଲୋକମାନଙ୍କୁ ଧୁଆଁରୁ ବଞ୍ଚାଇବା ପାଇଁ ହଟାଇ ଦିଆଯାଇଛି। ଏମରଜେନ୍ସି ୱାର୍ଡକୁ ବିଜୁଳୀ ସପ୍ଲାଇ ବନ୍ଦ କରାଯାଇଛି।

 

କୁହାଯାଉଛିଯେ, ନିଆଁ ଶର୍ଟ ସର୍କିଟ କାରଣରୁ ଲାଗିଛି। ନିଆଁ ଲାଗିବାର କାରଣରୁ ଏମରଜେନ୍ସି ୱାର୍ଡ ଧୁଆଁରେ ଭରିଯାଇଥିଲା।

 

ସୂଚନାଯୋଗ୍ୟଯେ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ରାତିରେ ଏମ୍ସ ପହଁଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏତଦ୍ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ମଧ୍ୟ ଗତକାଲି ରାତିରେ ଏମ୍ସ ଯାଇ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ଗତକାଲି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏମ୍ସ ପହଁଚି ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

 

ଏହି ଖବରର ବିସ୍ତୃତ ବିବରଣୀ ପାଇଁ ଅପେକ୍ଷା

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.