Home ଓଡ଼ିଶା ବିହାର ବିଧାନସଭା ନିର୍ବାଚନ – ଭୋଟ ଗଣତି ଆରମ୍ଭ, ମହାଗଠବନ୍ଧନ ଆଗରେ ଏବଂ ଏନଡିଏ ପଛରେ

ବିହାର ବିଧାନସଭା ନିର୍ବାଚନ – ଭୋଟ ଗଣତି ଆରମ୍ଭ, ମହାଗଠବନ୍ଧନ ଆଗରେ ଏବଂ ଏନଡିଏ ପଛରେ

66

ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ବିହାର ବିଧାନସଭାରେ ୨୪୩ ଟି ଆସନରେ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ଏନଡିଏ ୨୯ ଟି ଆସନରେ ଏବଂ ଗ୍ରାଣ୍ଡ ଆଲାଏନ୍ସ ୫୬ ଟି ଆସନରେ ଆଗୁଆ ରହିଛି।

୨୪୩ ବିଧାନସଭା ଆସନରେ ଗଣନା ଆରମ୍ଭ ହୋଇଛି। ସକାଳ ୮ ଟାରୁ ଆରମ୍ଭ ହୋଇଛି ମତଗଣନା। ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯାଏ। କିଛି ସମୟ ମଧ୍ୟରେ ଟ୍ରେଣ୍ଡ ଆସିବା ଆରମ୍ଭ ହେବ।

ବିହାର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି ଯେ ଏଥର ତେଜସ୍ୱୀଙ୍କ ସଭାରେ ଦେଖାଯାଇଥିବା ଦୃଶ୍ୟ (ଭିଡ଼) କେବେ ଦେଖାଯାଇ ନାହିଁ। ଏହି ପରାଜୟ କେବଳ ନୀତୀଶ କୁମାରଙ୍କ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ।

ମଧ୍ୟାହ୍ନ ୧୨ ପରେ, ଏହି ଚିତ୍ର ସ୍ପଷ୍ଟ ହେବ ଯେ ବିହାରରେ ଏଥର କାହା ସରକାର ଗଠନ ହେବାକୁ ଯାଉଛି।

ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ୩୮ ଟି ଜିଲ୍ଲାରେ ୫୫ ଟି ଗଣନା କେନ୍ଦ୍ର ସ୍ଥାପନ କରିଛନ୍ତି। ଭୋଟ୍ ଗଣନାରେ ପ୍ରାୟ ୬୦୦ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।

ମୋଟ ତିନିଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାର ୭୧ ଟି ବିଧାନସଭା ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଟି ଜିଲ୍ଲାର ୯୪ ଟି ସିଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାର ୭୮ ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮ ରେ, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ ରେ ଭୋଟ୍ ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.