Home ଓଡ଼ିଶା ବିହାରରେ ବର୍ଷାର ତାଣ୍ଡବଲୀଳା, ଗଲାଣି ୧୦ ଜୀବନ

ବିହାରରେ ବର୍ଷାର ତାଣ୍ଡବଲୀଳା, ଗଲାଣି ୧୦ ଜୀବନ

259

ପାଟନା,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ବିହାରରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁ ପରିସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ବିହାରର ଭାଗଲପୁରରେ ପ୍ରବଳ ବର୍ଷା ଯୋଗୁ କେଉଁଠି କାନ୍ଥ ପଡିଛି ତ ଆଉ କେଉଁଠି ଗଛ ପଡି ଲୋକଙ୍କ ମୃତ୍ୟୁ ଘଟିଛି । ବର୍ଷାର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ କାନ୍ଥ ଭୁଷୁଡି ୬ ଜଣଙ୍କ ଜୀବନ ଯାଇଥିବାବେଳେ କିଛି ଲୋକ ଦବିକରି ଅଛନ୍ତି । ସେହିପରି ଖୋଗୌଲରେ ଗଛ ପଡି ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସମସ୍ତଙ୍କ ଘରେ ପାଣି । ଯାହାଦ୍ୱାରା ଲୋକମାନେ ଘଣ୍ଟା ଘଣ୍ଟା ଧରି ଘର ଭିତରେ ଫସିକରି ଅଛନ୍ତି । ଯାହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଆହାକାର ପଡିଯାଇଛି । ଏନଡିଆରଫ୍‌ ଟିମ୍‌ ୧୬ଟି ବୋଟ୍‌ ମାଧ୍ୟମରେ ଲୋକମାନଙ୍କୁ ସେଠାରୁ ବାହାର କରିବାକୁ ପ୍ରୟାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.