Home ଓଡ଼ିଶା ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ : ଦୁଇ ପରିବାର ଖୁସି

ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ : ଦୁଇ ପରିବାର ଖୁସି

80

ବାହାନଗା,୧୪ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ହୋଇଛି ଏକ ନିଆରା ଦୁଇ ଦିବ୍ୟାଙ୍ଗଙ୍କର ବାହାଘର । ଉଭୟ ମୁକ ବଧିର ହୋଇ ଥିଲେବି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ଛନ୍ତି । ସେମାନେ ଦୁଇ ଜଣ ହେଲେ ବାହାନଗା ବ୍ଲକ ଅସିମିଳାଗ୍ରାମର ସ୍ୱର୍ଗତ ତ୍ରୈଲୋକ୍ୟ ମଲ୍ଲିକ ଓ ମିନତୀ ମଲ୍ଲିକଙ୍କ ପୁଅ ପତିତପବନ ଓ ସୋର ଥାନା ମାଖନପୁର ଅଞ୍ଚଳର ଦୈତାରୀ ନାୟକଙ୍କ ଝିଅ ସସ୍ମିତା । ସୂଚନା ଅନୁସାରେ ପତିତପାବନ ଭୂବନେଶ୍ୱର ଏକ ଦିବ୍ୟାଙ୍ଗ କଲେଜରେ ଯୁକ୍ତ ଦୁଇ ପଢିବା ପରେ ବାହାରେ ରହି ପଥରମୂର୍ତ୍ତି ଓ ଓଲଡିଂ କାର୍ଯ୍ୟ କରନ୍ତି । ତେବେ ପତିତତପାବନଙ୍କର ଭୂବନେଶ୍ୱରେ ସସ୍ମିତା ଙ୍କ ସହ କୌଣସି ଏକ ମୁହୁର୍ତ୍ତରେ ଦେଖା ହୋଇଥିଲା । ଆଗେ ଠରା ଠରୀ , ପରେ ଫୋନ ନମ୍ବର ଦିଆ ନିଆ ପରେ ମୋବାଇଲରେ ଚାଟିଂ କଲେ ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହେଲା । ପରେ ମନ କଥା ଘରେ ଜଣାଇବା ପରେ ପ୍ରସ୍ତାବ ଉଭୟପରିବାର ଦିଆ ନିଆ ହେଲେ । ଉଭୟ ପରିବାର ପ୍ରସ୍ତାବ ଅନୁସାରେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଇ ଦେଲେ ଦୁଇ ପରିବାର । ଏହି ବାହାଘର ଉଭୟ ସୋର ଓ ବାହାନଗା ଅଞ୍ଚରେ ଆଦର୍ଶ ବିବାହ ପାଲଟିଥିବାର ଚର୍ଚ୍ଚା ହେଉଥିବା ବେଳେ ଉଭୟ ପରିବାର ଲୋକେ ବହୁତ ଖୁସି ଥିବାର ପ୍ରକାଶ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.