Home ଜିଲ୍ଲା ପରିକ୍ରମା ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣା

ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣା

27

ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ରର ସରକାରଙ୍କ ନୂତନ କୃଷି ଆଇନ୍ ଏବଂ ବିଦ୍ୟୁତ୍ ଆଇନ୍ ପ୍ରତ୍ୟାହାରି ଦାବିରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ବର୍ଷିଆନ୍ ନେତା ଗୌରାଙ୍ଗ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ବିଭିନ୍ନ କୃଷକ, ଶ୍ରମିକ ଓ ସାମାଜିକ ସଂଗଠନ ପକ୍ଷରୁ ଶିଶିର ହୁଇ, ନିରଞ୍ଜନ ବାରିକ୍‌, ସଂଜୀବ ଗିରି, ଭାଗବତ ପ୍ରତିହାରୀ, ନିରାକାର ପାଣ୍ଡବ, ଅରୁଣ ଜେନା, ମମତା କୁଣ୍ଡୁ, ପ୍ରଦୀପ୍ତ ପଣ୍ଡା, ମନୋଜ ନାୟକ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବିଧାନ ଚନ୍ଦ୍ର ରାୟ, ସୀତାଂଶୁ ସେନାପତି, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଦିଲ୍ଲୀପ ଗିରି, ସୁରଜିତ୍ ପୋଥାଳ, ପୁରୁଷୋତ୍ତମ ସାହୁ, କୈଳାସ ଚନ୍ଦ୍ର ପଣ୍ଡା, ବିକାଶ ଦାସ, ବନ୍ଦନା ବିଶ୍ୱାସ, ପ୍ରେମରଞ୍ଜନ ପାତ୍ର, ଆଲୋକ ଦାସ, ନିକୁଞ୍ଜ ବସନ୍ତ ରାୟ, ରଣଜିତ୍ ପଟ୍ଟନାୟକ, ପ୍ରଶାନ୍ତ ଦାସ, ପ୍ରଦୀପ ସ, ନିର୍ମଳ ନାୟକ, ପଞ୍ଚାନନ ପରିଡ଼ା, ଆକବର ଶାହା, ଅନାମ ପ୍ରସାଦ ବାରିକ, ଅନୁଜ ମହାପାତ୍ର, ଈଷାଣୀ ଷଡ଼ଙ୍ଗୀ, ବନ୍ଦନା ବିଶ୍ୱାସ, ହରପ୍ରିୟା ଜେନା, ମାୟାଧର ନାୟକ, ନିରଞ୍ଜନ ପରିଡ଼ା, ବିଜୟ ପାତ୍ର, ବେଣୁଧର ବାରିକ, ଶ୍ୟାମସୁନ୍ଦର ଜେନା, ରାଜକିଶୋର ଲେଙ୍କା, ସନ୍ତୋଷ ବିଶ୍ୱାଳ, ବିଜୟ ସ, ଅନାମ ପ୍ରସାଦ ବାରିକ, ଶ୍ରୀଧର ମଲ୍ଲିକ୍ ଓ ଯତୀନ୍ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତ କୃଷି ଆଇନ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଏହି କଳା ଆଇନ୍‌ଗୁଡ଼ିକ କୃଷକମାନଙ୍କୁ ପ୍ରଭୁତ ଲାଭ ଦେବ ବୋଲି କେନ୍ଦ୍ର ସରକାର ପ୍ରଚାର କରୁଛନ୍ତି। କିନ୍ତୁ, ଏହି ଆଇନ ଚାଷୀମାନଙ୍କୁ ମୂଲିଆରେ ପରିଣତ କରିଦେବ ଓ ସେମାନଙ୍କର ସର୍ବନାଶ କରାଇବ। ସେହିପରି ପ୍ରସ୍ତାବିତ ବିଦ୍ୟୁତ୍ ଆଇନ୍ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହେବ ବୋଲି ବକ୍ତାମାନେ କହିଥିଲେ। କୃଷକମାନଙ୍କର ଦରଦୀ ବନ୍ଧୁ ବୋଲି କେନ୍ଦ୍ର ସରକାର ନିଜର ଡିଣ୍ଡିମ ପିଟୁଥିଲାବେଳେ ଦିଲ୍ଲୀଠାରେ ବସିଥିବା ଲକ୍ଷଲକ୍ଷ ଚାଷୀଙ୍କୁ ଅଣଚାଷୀ କହିବା, ଦେଶଦ୍ରୋହୀ ଆଖ୍ୟା ଦେବା, ମଣ୍ଡି ଦଲାଲ୍ ବୋଲି କହିବା ଏବଂ ଏମାନେ ପାକିସ୍ତାନ ଏବଂ ଚାଇନାର ଏଜେଣ୍ଟ୍ ବୋଲି କହି ଅପପ୍ରଚାର ନିଜର କେତେକ ଗଣମାଧ୍ୟମରେ ଦିନରାତି ପ୍ରଚାର କରି ଚାଲିଛନ୍ତି। କେନ୍ଦ୍ର ସରକାର ଆଲୋଚନା ଚାଷୀ ନେତାମାନଙ୍କ ସହିତ କରୁଥିଲେ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ସରକାର ଯେଉଁ ଆଇନ୍‌ରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ତାହା ଏକ ବର୍ଣ୍ଣନାର ଫର୍ଦ୍ଦ ଛଡ଼ା କିଛି ନୁହେଁ। ଚାଷୀ ସଂଗଠନମାନେ କୃଷି ଆଇନ୍ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରିଛନ୍ତି। ଗଣଧାରଣା ପୂର୍ବରୁ କୃଷକମାନେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.