ବିଧାୟିକାଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ

    233

    କୋଦଳା : ୧୩/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଲାଗିଥିବା ଆଚରଣ ବିଧି ଉଠିଯିବା ପରେ ବାକି ରହିଥିବା ଉନ୍ନୟନ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟିକା ଲତିକା ପ୍ରଧାନ ମଙ୍ଗଳବାର କୋଦଳା ଏନ୍ ଏ ସି କାର୍ଯ୍ୟାଳୟକୁ ଆସି ନୂତନ ଭାବେ ୫୮ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ୧୮ ବୃଦ୍ଧ ବୃଦ୍ଧାଙ୍କୁ ମାସିକ ଭତ୍ତା ନୂତନ ଭାବେ ବଣ୍ଟନ କରିଛନ୍ତି। ଏଥି ସହିତ ହିତାଧିକାରୀଙ୍କୁ ଆବାସ ଗୃହ ନିର୍ମାଣ ତୁରନ୍ତ କରିବା ଏବଂ କୌଣସି ବ୍ୟକ୍ତି ଉତ୍କୋଚ ମାଗିଲେ ନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଦଳା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପରେ ବିଧାୟିକା ସାନ ଉସ୍ତାପଡା ପଞ୍ଚାୟତ ନିକଟରେ ୨ କୋଟି ୫ ଲକ୍ଷ ବ୍ୟୟରେ ପୁରୁଣା ପାଣି କ୍ଷୁଦ୍ର ଜଳସେଚନ କେନାଲ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

    LEAVE A REPLY

    Please enter your comment!
    Please enter your name here

    Solve this *Time limit exceeded. Please complete the captcha once again.