Home ଗଞ୍ଜାମ ଅପରାଧିକ ମାମଲାରୁ ନିର୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ

ଅପରାଧିକ ମାମଲାରୁ ନିର୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ

333

ପୋଲସରା ୧୩-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ଏକ ଡକାୟତି ମାମଲାରେ ଛନ୍ଦିହୋଇ ଅତିରିକ୍ତ ଦୌରାଜଜ, କୋଦଳାଙ୍କ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଥିବା ଅଭିଯୁକ୍ତମାନେ ଅତିରିକ୍ତ ଜିଲ୍ଲାଜଜ, ଛତ୍ରପୁରଙ୍କ କୋର୍ଟରେ ନିର୍ଦୋଶୀ ସାବସ୍ତ୍ୟ ହୋଇଛନ୍ତି।

ତଥ୍ୟ ମୁତାବକ ୨୦୧୨ ମସିହାରେ କବିସୂର୍ଯ୍ୟନଗର ପୋଲିସ ତଲାସୀ ଅଭିଯାନ ଚଲାଇଥିବାବେଳେ ବିଶେଷ ସୂତ୍ରରୁ ଖବରପାଇ ନିଜ ଥାନା ଅଧିକୃତ ଅଞ୍ଚଳରେ ଏକ ସୁମୋ ଏବଂ ବାଇକକୁ ଅଟକ ରଖି ଭାସ୍କର ନାହାକ,ସୁଶାନ୍ତ ସେଠି,ଏକଲାକ, ଧୃବ ପାତ୍ର, ଦୀପକ ମେହେର, ଏନ.ଜଗନ. ରେଡ୍ଡୀ,ସଞ୍ଜୟ ଚୌଧୁରୀ, ସନ୍ତୋଷ ମହାପାତ୍ର, ପି.ନାଗେଶ୍ୱର ରେଡ୍ଡୀ ପ୍ରମୁଖଙ୍କୁ ଧରିବା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲେ। ଆବଶ୍ୟକ ପଚରାଉଚରା ପରେ ସେମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଟରେ ଧାରା ୩୯୯/୪୦୨ ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(I-B)a ଅନୁଯାୟୀ ଏତଲା ରୁଜୁକରି ନ୍ୟାୟିକ ବିଚାର ପାଇଁ ପଠାଇଥିଲେ।

ଅତିରିକ୍ତ ଦୌରାଜଜ୍, କୋଦଳା ଏହି ଘଟଣାର ବିଚାର କରି ସମସ୍ତ ଅଭିଯୁକ୍ତଙ୍କୁ ଧାରା ୪୦୨ ଏବଂ ଧାରା ୨୫(I-B)a ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡ ବିଧାନ କରିଥିଲେ। ଅତିରିକ୍ତ ଦୌରାଜଜ୍ ଙ୍କ ଏହି ରାୟର ପୁନଃବିଚାର କରିବାପାଇଁ ଅଭିଯୁକ୍ତଙ୍କ ତରଫରୁ ସିଆର.ପି.ସି ର ଧାରା ୩୭୪ (୩) ଅନୁଯାୟୀ ଅତିରିକ୍ତ ଜିଲ୍ଲାଜଜ୍, ଛତ୍ରପୁରଙ୍କ ଠାରେ ଅପିଲ କରାଯାଇଥିଲା। ନିମ୍ନ ଅଦାଲତର ରାୟର ତର୍ଜମା ପାଇଁ ମାନ୍ୟବାର ଅତିରିକ୍ତ ଜିଲ୍ଲାଜଜ୍, ଛତ୍ରପୁର ଘଟଣାର ସମସ୍ତ ସାଧାରଣ ସାକ୍ଷୀଙ୍କ ବୟାନରେ ବିରୁଦ୍ଧାଭାସ ଏବଂ ରାଜ ସାକ୍ଷୀଙ୍କ ବୟାନରେ ତାଳମେଳ ରାହୁନଥିବାରୁ ଅତିରିକ୍ତ ଜିଲ୍ଲାଜଜ୍, ଛତ୍ରପୁର ଅଭିଯୁକ୍ତଙ୍କ ସମସ୍ତ ଦଣ୍ଡକୁ ରଦ୍ଦକରି ସେମାନଙ୍କୁ ସମସ୍ତ ମାମଲାରୁ ନିର୍ଦ୍ଦୋଷୀ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.