Home ଜିଲ୍ଲା ପରିକ୍ରମା ବିଜୟ, ହୃଦାନନ୍ଦ ଓ ସୁଚିତ୍ରାଙ୍କୁ ସୃଜନ ସମ୍ମାନ

ବିଜୟ, ହୃଦାନନ୍ଦ ଓ ସୁଚିତ୍ରାଙ୍କୁ ସୃଜନ ସମ୍ମାନ

54

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ସ୍ଥିତ ଜାରକାଠାରେ ଅନୁଷ୍ଠିତ ଗୋକର୍ଣ୍ଣିକା ସାହିିତ୍ୟ ସଂସଦର ରାଜ୍ୟସ୍ତରୀୟ ୪୬ତମ ବାର୍ଷିକୋତ୍ସବରେ ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ କଥାକାର ବିଜୟ ନାୟକଙ୍କୁ ସମ୍ମାନଜନକ ‘ଗୋକର୍ଣ୍ଣିକା ସମ୍ମାନ’ ସମ୍ମାନ ଏବଂ ପ୍ରାଧ୍ୟାପିକା କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କୁ ‘ଗୋକର୍ଣ୍ଣିକା କବିତା’ ସମ୍ମାନ ପ୍ରଦାନ କରାଯାଇଛି । ଜାରକା କଳ୍ପତରୁ ଷ୍ଟାଡିୟମ୍‌ରେ ଗୋକର୍ଣ୍ଣିକାର ସମ୍ପାଦକ କବି ରମାକାନ୍ତ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଶିଷ୍ଟ କବି ଫନୀ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ କମିଟ ସଦସ୍ୟ ଡ. ନୃସିଂହ ଷଡଙ୍ଗୀ, ଅର୍ଥନୀତି କମିଟି ସଦସ୍ୟା ରୀତାରାଣି ନାୟକ, କଥାକାର ବିଜୟ ନାୟକ ଏବଂ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସେମିତି ଯାଜପୁରର ବରୁଣେଶ୍ୱର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଐତିହ୍ୟ ସମ୍ପନ୍ନ ଅଖିଳଚକ୍ର ସାରସ୍ୱତ ଅନୁଷ୍ଠାନର ରାଜ୍ୟସ୍ତରୀୟ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ କବି ହୃଦାନନ୍ଦ ପାଣିଗ୍ରାହୀଙ୍କୁ ‘ଅଖିଳଚକ୍ର ସମ୍ମାନ’ ଓ କବି ସୁଚତ୍ରା ପାଣିଗ୍ରାହୀଙ୍କୁ ‘କବି ରବୀନ୍ଦ୍ର ପାଢୀ ଅଖିଳଚକ୍ର କବିତା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ସବରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି କୁମରବର ଦାସ, ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, କବି ହୃଦାନନ୍ଦ ପାଣିଗ୍ରାହୀ, କବି ଶ୍ରୀହରି ଧଳ, କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ଓ ଅଖିଳଚକ୍ର ରାଜ୍ୟ ସଭାପତି ରାଜ୍ୟବର୍ଦ୍ଧନ ଧଳମହାପାତ୍ର ପ୍ରମୁଖ ଅତିଥି ଭାବେ ସଭାମଣ୍ଡନ କରିଥିଲେ । ଭଦ୍ରକର ଏହି ବରିଷ୍ଠ ସାରସ୍ୱତ ସାଧକ-ସାଧିକାତ୍ରୟୀଙ୍କୁ ଏଥିପାଇଁ ଭଦ୍ରକ ତଥା ରାଜ୍ୟର ବହୁ ଲେଖକ ଲେଖିକା ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.