ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତ ବନସର ଗ୍ରାମରେ ସ୍ୱଦେଶୀ ଜାଗରଣ ମଂଚ ତରଫରୁ ଗୌମାତା ଙ୍କୁ ପୂଜା କରିବା ସାଥୀରେ ଜଳ କୁଣ୍ଡର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଅନ୍ନଦାଶଙ୍କର ପ୍ରାଣିଗ୍ରାହୀ, ପୂର୍ବ ପ୍ରାନ୍ତ ପ୍ରଚାରକ ତପନ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବ ପ୍ରାନ୍ତ ସଂଗଠକ ରାଜେଶ ଦାସ ଓ ସଞ୍ଜୟ ସାହୁ ଏହି କାଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟାପକ ମାୟାଧର ସାହୁ ଏବଂ ବିଶିଷ୍ଠ ସମାଜ ସେବି ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ସଉଦା ପୃଷ୍ଟି, ରୁନାଲତା ନାୟକ, ମୋନାରମା ନାୟକ, ମାତାଜୀ ପୋଥାଳ, ବିନତା ସାହୁ, ଜେମା ମଣି ସାହୁ, ସେବତୀ ସାମଲ, ପ୍ରଣତି ସାହୁ, ସୀତାମାନୀ ସାହୁ, ଶୁଭମ ସାହୁ, ଧାନ ପଣ୍ଡା, ଜୀବନ ପଣ୍ଡା, ସାନଦ ସାହୁ, ଚନ୍ଦରା ସାହୁ, ଅଜୟ ସାହୁ, ଓଁପ୍ରକାଶ ଦଲାଇ, ସାଇକ୍ରିଷ୍ଣା ନାୟକ, ସାଇସୁଦର୍ଶନ ରାଉତ, ରବିନାରାୟଣ ସାହୁ, ବାଇଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ଗୌତମ ସାହୁ।








