Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ବେଆଇନ୍ ଗେଣ୍ଡା ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୨ ଅଟକ

ବାସୁଦେବପୁରରେ ବେଆଇନ୍ ଗେଣ୍ଡା ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୨ ଅଟକ

108

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ଅଂଚଳରେ ଦିନକୁ ଦିନ ଗେଣ୍ଡା ସହ ସାମୁଦ୍ରିକ ଜୀବନ ବେଆଇନ୍ ଭାବେ ଚାଲାଣ ହୋଇଚାଲିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ବ୍ଲକ୍ ଅଧୀନସ୍ଥ ବାଲିମୁଣ୍ଡା ବଜାର ନିକଟରୁ ନାୟକାଣୀଡିହି ଥାନା ପୁଲିସ୍ ଏକ ବେଆଇନ୍ ଗେଣ୍ଡା ବୋଝେଇ ଗାଡି ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ନାୟକାଣୀଡିହି ପୁଲିସ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଓଡି-୦୧ଏଲ୍‌-୨୨୬୭ ନଂ ବିଶିଷ୍ଟ ଏକ ପିକ୍‌ଅପ୍ ଭ୍ୟାନରେ ବେଆଇନ୍ ଗେଣ୍ଡା ବୋଝେଇ ହୋଇ ଯାଉଥିବାର ଦେଖି ତାକୁ ଅଟକାଇଥିଲେ । ଏବଂ ଗାଡିରେ ଥିବା ଗୁରୁପଦ ଗାୟନ ଓ ପିଣ୍ଟୁ ଦାସ ସହ ଗାଡିଟିକୁ ଅଟକ ରଖିଥିଲେ । ପରେ ବନ ବିଭାଗକୁ ଖବର ଦେଇ ତାହାକୁ ହସ୍ତାନ୍ତର କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ବାସୁଦେବପୁର ଅଂଚଳରୁ ପ୍ରତିଦିନ ଚୋରା ଗେଣ୍ଡା ସହିତ ଅନ୍ୟ ସାମୁଦ୍ରିକ ଜୀବ ସହ ବନ୍ୟଜୀବ ଯାତ୍ରୀବାହୀ ବସ୍‌ରେ ଖୋଲାଖୋଲି ଭାବେ ଚାଲାଣ ହେଉଛି । ପୁଲିସ୍‌, ବନ ବିଭାଗ ଓ ପରିବହନ ବିଭାଗର କର୍ମକର୍ତ୍ତାମାନଙ୍କ ଆଖିରେ ଧୂଳିଦେଇ ଚୋରା ବେପାରୀମାନେ ଏଭଳି ବ୍ୟବସାୟ ବୃଦ୍ଧି କରିଆସୁଥିବାବେଳେ ଉପରୋକ୍ତ ବିଭାଗର ଅଧିକାରୀମାନଙ୍କ ନିଦ ନ ଭାଙ୍ଗିବା ସାଧାରଣରେ ସେମାନଙ୍କର ସ୍ୱଚ୍ଛତା ଉପରେ ଅଂକୁଶ ଲଗାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.