Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକଙ୍କୁ ନେଇ ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ

ବରିଷ୍ଠ ନାଗରିକଙ୍କୁ ନେଇ ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ

84

ଟିଟିଲାଗଡ଼ ୯-୯ (ଓଡ଼ିଆ ପୁଅ) ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ଏକ କର୍ମଶାଳାର ଆୟୋଜନ ହୋଇଯାଇଛି। ଏହି କର୍ମଶାଳାରେ ଅନେକ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗଦାନ କରିଥିବା ବେଳେ ଅନେକ ବରିଷ୍ଠ ନାଗରିକଙ୍କୁ ମାନପତ୍ର ଓ ଉପଢୌକନ ମାନ ଦେଇ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ରୁପେ ଡ଼ଃ ହସମୁଖ ଲାଲ, ଡ଼ଃ, ଅଜାମ୍ବର ମଲ୍ଲ, ଡ଼ଃ ଘନଶ୍ୟାମ ଜୈନ ମଞ୍ଚାସୀନ ରହିଥିବା ବେଳେ ଲାୟନ ମଦନ ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ। ସହର ର ଅନେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିଥିବା ବେଳେ ଅନେକଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ନାଗରିକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ସୁସ୍ଥ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନେଇ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.