Home ଓଡ଼ିଶା ପ୍ରଶ୍ନପତ୍ର ଭାଇରାଲ ପରେ ଚେତା ପଶିଲା ; ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ତାଗିଦ

ପ୍ରଶ୍ନପତ୍ର ଭାଇରାଲ ପରେ ଚେତା ପଶିଲା ; ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ତାଗିଦ

1099

କୋରାପୁଟ ୨୩-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ୨୨ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପରୀକ୍ଷା ନିୟନ୍ତ୍ରଣକୁ ନେଇ ସରକାର ଚେତା ପଶିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ଜିଲା ଶିକ୍ଷା ବିଭାଗ ସ୍ଥାନୀୟ ସରକାରୀ ଉଚ ବିଦ୍ୟାଳୟ ପରିସରରେ ଏକ ବୈଠକ ଆୟୋଜିତ କରି ସମସ୍ତ କେନ୍ଦ୍ର ଅଧୀକ୍ଷକ, ଉପ-ଅଧୀକ୍ଷକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ପରୀକ୍ଷାର ସୁପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛି। ଏହି ପରୀପ୍ରେକ୍ଷିରେ କୋରାପୁଟ ଜିଲାରେ ପରୀକ୍ଷାକୁ ସଫଳ କରିବାକୁ ଏକ ବୈଠକ ଆୟୋଜିତ ହୋଇଛି। ସ୍ଥାନୀୟ ସରକାରୀ ହାଇସ୍କୁଲ ସମିଳନୀ କକ୍ଷରେ ଜିଲା ଶିକ୍ଷା ଅଧିକାରୀ ଡଃ. ପ୍ରମୋଦ କୁମାର ପଣ୍ଡାଙ୍କ ଅ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ଯୋଗ ଦେଇ ପରୀକ୍ଷା ଆରମ୍ଭ ଦିନର ବିଶୃଂଖଳାରେ ଦଃୁଖ ପ୍ରକାଶ କରିଥିଲେ। ଆସନ୍ତା ଦିନ ଗୁଡିକରେ ସମସ୍ତ ପରୀକ୍ଷା ଶୃଂଖଳିତ କରିବାକୁ ନିର୍ଦ୍ଦେଶ ଦେବା ସହ ଯଦି କେହି ଅସାମାଜିକ କାର୍ଯ୍ୟ ଲିପ୍ତ ଥିବା ଜଣା ପଡେ, ତାହେଲେ ସେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ସୂଚନା ଥାଉକି, ଗତକାଲି ଜିଲାର ବନ୍ଧୁଗାଁ ସରକାରୀ ଉଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଜଣେ ଅଣଛାତ୍ର ପାଚେରୀ ଡେଇଁ ମୋବାଇଲ୍ ଫୋନରେ ପ୍ରଶ୍ନ ପତ୍ରର ଫୋଟ ଉଠାଇ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲା। ଏହି ଘଟଣାରେ ରାଜ୍ୟ ସରକାର ଗତକାଲି ସମ୍ପୃକ୍ତ କେନ୍ଦ୍ର ଅଧୀକ୍ଷକ ଏବଂ ପରୀକ୍ଷକଙ୍କୁ ନିଲମ୍ବନ କରିଥିଲେ। ଏହି ପରି ଘଟଣାର ପୁନରାବୃତି ନକରିବାକୁ ଜିଲାପାଳ ସମସ୍ତଙ୍କୁ ଚେତାବନୀ ଦେଇଥିବା ଶୁଣିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.