Home କୋରାପୁଟ ନ୍ଦିବ୍ୟାଙ୍ଗଙ୍କ ଋଣ ମେଳା ଓ ପରାମର୍ଶ ଶିବିର

ନ୍ଦିବ୍ୟାଙ୍ଗଙ୍କ ଋଣ ମେଳା ଓ ପରାମର୍ଶ ଶିବିର

247

କୋରାପୁଟ ୨୩-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଜିଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ସ୍ଥାନୀୟ ସଂସ୍କୃତି ପରିଷଦ ମଂଚରେ ଦିବ୍ୟାଙ୍ଗଙ୍କ ପାଇଁ ଋଣ ମେଳା ଆୟୋଜନ କରା ଯିବା ସହ ଋଣ ରାଶିର ସୁବିନିଯୋଗ ଓ ସ୍ୱାବିଲମ୍ବୀ ହେବାକୁ ଏକ ପରାମର୍ଶ ଶିବିର ଆୟୋଜିତ ହୋଇଛି। ଜିଲା ସମାଜିକ ସୁରକ୍ଷା ଅଧିକାରୀ ସୀମାଂଚଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରକୁ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥି ବାବେ ଯୋଗ ଦେଇ ଉଦଘାଟନ କରିଥିବାବେଳେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ, ଲିଡ ବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରମୋଦ ପ୍ରଧାନ ସମ୍ମାନୀତ ଅତିଥି ବାବେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗ ମାନଙ୍କୁ ସ୍ୱାବଲମ୍ବୀ କରାଇ ରୋଜଗାର କ୍ଷମ କରିବାକୁ ସରକାର ପ୍ରଥମେ ୧୯୯୨ରେ ସରଳ ସୁଧରେ ୬୫୦୦ ଟଙ୍କାର ଋଣ ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରବର୍ତି ସମୟରେ ୨୦୦୬-୦୭ରେ ଏହାକୁ ୧୫ ହଜାରକୁ ବୃ୍ଋି କରା ଯାଇଥିଲା। ଏହି ଯୋଜନାରେ ହିତାଧିକାରୀ ୧୫ ହଜାର ଋଣ ନେଇ ୪ ପ୍ରତିଶତ ସୁଧ ସହ ୫ବର୍ଷ ମଧ୍ୟରେ ପରିଶୋଧ କରିବାର ବ୍ୟବସ୍ଥା ରହିଛି। ତେଣୁ ଏହା ଦିବ୍ୟାଙ୍କ ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏକ ଉତମ ଯୋଜନା ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ। ଆଜି ପ୍ରଥମ ଦଫାରେ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ୮ଜଣ ତୃତୀୟ ଲିଙ୍ଗିଙ୍କ ସମେତ ୪୦୧ ଦିବ୍ୟାଙ୍ଗଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ରୁଣରାଶି ପ୍ରଦାନ କରିଥିଲେ। ବର୍ତମାନ ରୁଣରାଶି ଥିବା ୧୫ ହଜାରକୁ ବୃଦ୍ଧି କରି ୨୦ ହଜାର କରିବା ପାଇଁ ସେ ଉଦ୍ୟମ କରିବେ ବୋଲି ମୁଖ୍ୟ ଅତିଥି ଜିଲାପାଳ ପ୍ରତିଶୃତି ଦେଇଥିଲେ। ଦିବ୍ୟାଙ୍ଗ ହୋଇ ମଧ୍ୟ ସେମାନେ କୌଣସି ଗୁଣରେ କମ୍ ନୁହଁନ୍ତି, ସାଧାରଣ ମଣିଷ ଭଳି ସେମାନେ ବ୍ୟବସାୟ କରି ଜୀବନ ଧାରଣ କରିବା ସାଧାରଣ ଲୋକ ପାଇଁ ଏକ ଦୃଷ୍ଟାନ୍ତ ବୋଲି ଅନ୍ୟତମ ଅତିଥି ପଟ୍ଟାଙ୍ଗି ବିଧାୟକ ବକ୍ତବ୍ୟ ରଖିଥିଲେ। ଗତ କିଛି ଦନ ମଧ୍ୟରେ କୋରାପୁଟ ଜିଲାର ବିଭିନ୍ନ ବ୍ୟାଙ୍କରେ ୧୫୦୨ଜଣ ଦିବ୍ୟାଙ୍ଗ ଋଣ ଆବେଦନ କରିଥିବାବେଳେ ମାତ୍ର ୪୦୧ ଜଣକୁ ଋଣ ମଂଜୁରୀ ହୋଇଥିବା ଜଣା ପଡିଛି। ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆବେଦନକାରୀଙ୍କୁ ଋଣ ଦିଆଯିବ ବୋଲି ଜଣା ପଡିଛି।

smartcapture

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.