Home ଓଡ଼ିଶା ଅନୁସୂଚିତ ଜନଜାତି ଜାତୀୟ କମିଶନଙ୍କ ଯୁଗ୍ମ ସଚିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ

ଅନୁସୂଚିତ ଜନଜାତି ଜାତୀୟ କମିଶନଙ୍କ ଯୁଗ୍ମ ସଚିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ

341

କୋରାପୁଟ ; ତା୨୩-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଅନୁସୂଚିତ ଜନଜାତି ଜାତୀୟ କମିଶନଙ୍କ ଯୁଗ୍ମ ସଚିବ ଏସ.କେ.ରଥ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି।ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ସ୍ୱାଗତ କରିବା ସହ ବିଶ୍ୱବିଦ୍ୟାଳୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ସଂରକ୍ଷଣ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।ବିଶ୍ୱିଦ୍ୟାଳୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଯୁଗ୍ମ ସଚିବ ଶ୍ରୂୀ ରଥ ପରାମର୍ଶ ଦେଇଥିଲେ ଏବଂ ଅନୁସୂଚିତ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।ଏହି ଆଲୋଚନା ସମୟରେ ପ୍ରଫେସର ଏସ.କେ.ପାଲିତା, ଅସିତ କୁମାର ଦାସ, କେ.କେ.ରାଓ, ଡ. କପିଲ ଖେମୁଣ୍ଡୁ, ଡ. ବି.କେ.ଶ୍ରୀନିବାସ, ଡ. ପି.କେ.ବେହେରା, ପିଆରଓ ଡ. ଫଗୁନାଥ ଭୋଇ ଓ ଓଆଇସି ସୁଧାକର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.