Home ଓଡ଼ିଶା ପ୍ରବାଦ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ବିଜୁପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ

ପ୍ରବାଦ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ବିଜୁପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ

307

ମାଲକାନଗିରି, ୧୮ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ବିଜେଡି ଦଳ ଲାଠିଆଗୁଡା ବିଜେଡି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ତଥା ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ବିଜୁପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତ କୌର, ଗୋପାଳପଣ୍ଡା, ଜଗବନ୍ଧୁ ପଡିଆରୀ, ସବ ର୍କୁମାର ବିଷୋୟୀ, କୈବଲ୍ୟଜୁର ସେନାପତି, ସମେସ ବାଗ, ଧନୁର୍ଯ୍ୟୟ ମାଡକାମି ପ୍ରମୁଖ ଶତାଧିକ ବିଜେଡି ନେତା କର୍ମୀ ମାନେ ଯୋଗଦେଇ ବିଜୁବାବୁ ଜଣେ ଦକ୍ଷ ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନବ ଉତ୍କଳର ନିର୍ମାତା, ତ୍ୟାଗର ମୂର୍ତିମନ୍ତ ପ୍ରତୀକ ଭାବେ ଓଡିଶାର ଦ୍ରୃତପ୍ରଗତୀ କରିବାସହ ଓଡିଆଙ୍କ ଗୌରବ ଓ ଗାରିମା ଥିଲେ ବୋଲି କହିଥିଲେ। ସଭା ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିବିଗୁଡା ପୁଷ୍କରିଣୀ ନିକଟରେ ପ୍ରତିଷ୍ଠ ବିରାଟ କାୟ ବିଜୁବାବୁଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରା ଯାଇ ଶ୍ରାଦ୍ଧ ଓ ତିଳତର୍ପଣ କରି ମଞ୍ଚାସୀନ ଅତିଥି ଓ ଦଳୀୟ କର୍ମୀମାନେ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଜିଲ୍ଲାର ଶତାଧିକ ବିଜୁ ଜନତା ଦଳର ମହିଳା ଓ ପୁରୁଷ କର୍ମୀମାନେ ଯୋଗଦେଇ ଥିଲେ। ଏହି ଅବସରରେ ବିଜେଡି ଦଳ ପକ୍ଷରୁ ଦରିଦ୍ର ନାରାଣୟ ସେବା, ଓ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.