Home ଜିଲ୍ଲା ପରିକ୍ରମା ପୋଡିଯାଇ ନାବାଳିକା ଗୁରୁତର

ପୋଡିଯାଇ ନାବାଳିକା ଗୁରୁତର

20

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଆଜି ମଧ୍ୟାହ୍ନରେ ସାତଶୋଳା ଗ୍ରାମରେ ଭଡାରେ ରହୁଥିବା ଜଣେ ନାବାଳିକା ସ୍ୱସ୍ତିକା ନାୟକ(୧୭) ପୋଡିଯାଇ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ସାରୋ ଗ୍ରାମରେ ସ୍ୱର୍ଗତ ଅଭିରାମ ନାୟକଙ୍କ ଏହି ନାବାଳିକା ଝିଅ ଘରେ ଏକୁଟିଆ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସ୍ୱସ୍ତିକାର ମା ଯାଜପୁରରୋଡ ଯାଇଥିବା ବେଳେ ସେ ଏକୁଟିଆ ଘରେ ରହୁଥିଲେ । କୌଣସି କାରଣରୁ ଦେହରେ ନିଆଁ ଲାଗିଯାଇଥିବା ଦେଖି ପଡୋଶୀମାନେ ପ୍ରଥମେ ମଞ୍ଜୁରୀରୋଡ ଡାକ୍ତରଖାନାକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି । ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ପରିବାର ନାବାଳିକା ଘଣେ ଏକୁଟିଆ ଥିବା ବେଳେ ଏଭଳି ଅଘଟଣ ଘଟିଛି । ରାଜେନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧି ଜଗନ୍ନାଥ ଭାରତୀ, ସମାଜସେବୀ ଦେବାନନ୍ଦ ସାହୁ ପ୍ରମୁଖ ଆର୍ଥୀକ ସମୟତା କରିବା ସହ ପୀଡିତାକୁ ଡାକ୍ତରଖାନା ପଠାଇଥିଲେ । ସ୍ୱସ୍ତିକାଙ୍କ ଶରୀରର ୮୦ଶତାଂଶରୁ ଅଧିକ ପୋଡିଯାଇଥିବା ଯୋଗୁ ସେ ଗୁରୁତର ହୋଇପଡିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.