Home ଜିଲ୍ଲା ପରିକ୍ରମା ତାଳପଦା ଗ୍ରାମରେ ଅଗ୍ନିକାଣ୍ଡ

ତାଳପଦା ଗ୍ରାମରେ ଅଗ୍ନିକାଣ୍ଡ

16

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତ ତାଳପଦା ଗ୍ରାମର ଶରତ ଦାସଙ୍କ ଧାନଖଳାରେ ଆଜି ଅଗ୍ନିକାଣ୍ଡ ଘଟି ତିରିଶ ବସ୍ତା ଧାନ ସମେତ କଚଡା ଜଳିଯାଇଛି । ଗ୍ରାମବାସୀମାନେ ଅଗ୍ନିକୁ ଆୟତ୍ତ କରିଥିଲେ ମଧ୍ୟ ବହୁ ଧାନବସ୍ତା ଓ କଚଡା ଜଳିଯାଇଥିଲା । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କୌଣସି କାରଣ ସଠିକ୍ ଜଣାପଡିନାହିଁ । ଏହା ଏକ ଗରିବ ପରିବାର ଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସର୍ବସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.