Home ଜିଲ୍ଲା ପରିକ୍ରମା ପୋଖରୀ ଖୋଳାରେ ମିଥ୍ୟା ବିଲ୍ କରି ୩ଅଧିକାରୀଙ୍କୁ ଦୋଷି ସାବ୍ୟସ୍ତ

ପୋଖରୀ ଖୋଳାରେ ମିଥ୍ୟା ବିଲ୍ କରି ୩ଅଧିକାରୀଙ୍କୁ ଦୋଷି ସାବ୍ୟସ୍ତ

98

ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପୋଖରି ଖୋଳାରେ ମିଥ୍ୟା ବିଲ୍ କରି ଧରାପଡ଼ିଛନ୍ତି ୩ ଅଧିକାରୀ। ସେମାନେ ହେଲେ ଓଡ଼ଗାଁ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶତର କୁମାର ମଲ୍ଲିକ, ଜିଡିଟିଏ ସୁଶାନ୍ତ କୁମାର ନନ୍ଦ ଓ ହରିହରପୁର ପଂଚାୟତର ଜିଆରଏସ୍ ପ୍ରଣବ ପ୍ରକାଶ ମିଶ୍ର। ଓଡ଼ଗାଁ ବ୍ଳକ ହରିହରପୁର ପଂଚାୟତ କରଡ଼ା ରଘୁନାଥପୁର ଶାସନରେ ମୋ ପୋଖରୀ ଯୋଜନାରେ ଯେଉଁ ସ୍ଥାନରେ ପୋଖରୀ ହେବା କଥା ସେଠାରେ ପୋଖରୀ ଖୋଳା ଯାଇନଥିବା ଜଣାପଡ଼ିବା ପରେ ଏହି ଅଧିକାରୀଙ୍କ ଉପରେ ଜିଲାପାଳ କାର୍ଯାନୁଷ୍ଠାନ ନେଇଥିଲେ। ଏହି ପୋଖରୀ ଖୋଳା ଯିବା ପାଇଁ ସେହିଗାଁର ଦିନବନ୍ଧୁ ପ୍ରଧାନ ଓ କୈଳାସ ପ୍ରଧାନଙ୍କ ନାମରେ କାର୍ଯ୍ୟାଦେଶ ଆସିଥିଲା। ଏପରି ପୋଖରୀ ଖୋଳାରେ ଦୁର୍ନୀତି ହୋଇଥିବା ନେଇ ଜିଲାପାଳ ଓ ହାଇକୋର୍ଟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ଉପରେ ବିଚାର କରି ୬ସପ୍ତାହ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ମିଥ୍ୟା ବିଲ୍ କରିବା ଏହି ୩ଜଣ କର୍ମଚାରୀ ପାଇଁ ଏବେ ମହଙ୍ଗା ପଡ଼ିଛି। ସେମାନଙ୍କଠାରୁ ୩ମାସ ଭିତରେ ୬୬ ହଜାର ୫୫୦ ଟଙ୍କା ଲେଖାଏଁ ଭରଣା କରାଯିବା ପାଇଁ ଜିଲାପାଳ ଓଡ଼ଗାଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.