Home ଓଡ଼ିଶା ପୂଜାରେ ଛୁଟି ରହିବନି ପରିବହନ କାର୍ଯ୍ୟାଳୟ

ପୂଜାରେ ଛୁଟି ରହିବନି ପରିବହନ କାର୍ଯ୍ୟାଳୟ

126

ଭୁବନେଶ୍ଵର,୦୩/୧୦,(ଓଡ଼ିଆ ପୁଅ ପି ନାଏକ): ଏବେ ଦଶହରା ଛୁଟିରେ ବି ଖୋଲା ରହିବ ଆରଟିଓଙ୍କ କାର୍ଯ୍ୟାଳୟ । ଆସନ୍ତା ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ୫ଟା ଯାଏଁ ଆରଟିଓ ଅଫିସ ଖୋଲା ରହିବ ବୋଲି ସୂଚନା ମିଳିଛି । ତେବେ ଏହି ସମୟରେ କେବଳ ନୂଆଗାଡି କିଣି ଦରଖାସ୍ତ କରିଥିବା ଲୋକମାନଙ୍କୁ ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ କରାଯିବ ।

ଏହାଛଡା ଛୁଟି ସମୟରେ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ହେବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ତେଣୁ ଯେଉଁମାନେ ନୂଆଗାଡି କିଣୁଛନ୍ତି, ସେମାନେ ପୂଜା ଛୁଟିରେ ବି ନିଜର ନୂଆଗାଡି ଆଂଚଳିକ ପରିବହନ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ କରାଇପାରିବେ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.