Home ଓଡ଼ିଶା ପୁରୀ ଜିଲ୍ଲାର ଲୋକଙ୍କ ସମସ୍ୟା ନେଇ ପ୍ରତି ମାସର ପ୍ରଥମ ସପ୍ତାହରେ ଜିଲ୍ଲା ପ୍ରଶାସନକୁ ଭେଟିବ...

ପୁରୀ ଜିଲ୍ଲାର ଲୋକଙ୍କ ସମସ୍ୟା ନେଇ ପ୍ରତି ମାସର ପ୍ରଥମ ସପ୍ତାହରେ ଜିଲ୍ଲା ପ୍ରଶାସନକୁ ଭେଟିବ ଜିଲ୍ଲା କଂଗ୍ରେସ ଫନୀ ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ଜନ ସାଧାରଣଙ୍କ ସମସ୍ୟା ନେଇ ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

241

ଭୁବନେଶ୍ୱର ତା ୭.୮ (ଓଡ଼ିଆ ପୁଅ) – ଗତ ୬ ତାରିଖ ଦିନ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରି ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ମଇ ୩ ତାରିଖରେ ଫନୀ ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତମାନଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ପ୍ରଦାନ, ପ୍ରକୃତ ହିତାଧିକାରୀ ଚିହ୍ନଟ, କାଳିଆ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା, ବିଭିନ୍ନ ସ୍ଥାନକୁ ବିଜୁଳି ସଂଯୋଗ ଓ ଗତ ମଇ ମାସଠାରୁ ଜୁଲାଇ ୩୧ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ବିଜୁଳି ଶୁଳ୍କ ଛାଡ଼, ବଡ଼ଦାଣ୍ଡରୁ ଉଚ୍ଛେଦ କରାଯାଇଥିବା ଅସ୍ଥାୟୀ କ୍ଷୁଦ୍ର ଓ ଉଠା ବ୍ୟବସାୟୀମାନଙ୍କୁ ଆଶୁ ଥଇଥାନ, ନଡ଼ିଆ, ପାନ, ପନିପରିବା, ଛତୁ ଗୋପାଳନ, କୁକ୍କୁଟ ପାଳନ କରି ଜୀବିକା ନିର୍ବାହ କରୁଥିବା ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା, ସାତଶଙ୍ଖ ଶୀତଳଭଣ୍ଡାରରେ ଫନୀ ବାତ୍ୟା ଦ୍ୱାରା ଗଜା ହୋଇଯାଇଥିବା ଆଳୁର କ୍ଷତିଭରଣା ପାଇଁ ଚାଷୀଙ୍କୁ ସହାୟତା, ପୁରୀ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ଓ ଡାକ୍ତରଖାନାର ଭିତିଭୂମି ସୁଦୃଢୀକରଣ, ଦୀର୍ଘ ଦିନରୁ ପଡ଼ିରହିଥିବା କୋଣାର୍କ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ, କାକଟପୁର ଦେଉଳୀମଠଠାରେ ଜଗନ୍ନାଥ ନିମ୍ବ ବନ ସ୍ଥାପନ, ଅସ୍ତରଙ୍ଗ ସ୍ଥିତ ଜିର୍ଣ୍ଣଶିର୍ଣ୍ଣ ଅବସ୍ଥାରେ ଥିବା ଭଉଁରିଆ ବ୍ରିଜର ଦୀର୍ଘସ୍ଥାୟୀ ସେତୁ ନିର୍ମାଣ, ଜାହାନୀଆ ପୀର ପର୍ଯ୍ୟଟନ ପୀଠର ସାମଗ୍ରୀକ ବିକାଶ, ଲବଣ ସତ୍ୟାଗ୍ରହ ସ୍ମାରକୀ ପୀଠ କୁହୁଡ଼ି ଓ ଓଳଙ୍ଗରକୁ ସରକାରୀସ୍ତରରେ ମାନ୍ୟତା ପ୍ରଦାନ ଓ ବିକାଶ, ବାରମ୍ବାର ବିଜୁଳି କାଟର ସ୍ଥାୟୀ ସମାଧାନ, ଅସ୍ତରଙ୍ଗ ନୂଆଗଡ଼ ମାଛଧରା ବନ୍ଦରର ପୁନରୁଦ୍ଧାର, ଫନୀ ଦ୍ୱାରା ଭଗ୍ନ ଶିକ୍ଷାନୁଷ୍ଠାଗୁଡ଼ିକର ଆଶୁ ନିର୍ମାଣ, ବନ୍ଦ କରାଯାଇଥିବା ସ୍କୁଲର ପୁନଃ ଚାଲୁକରିବା ଦାବି ନେଇ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତି ମାସର ପ୍ରଥମ ସପ୍ତାହରେ ଜିଲ୍ଲାର ଲୋକମାନଙ୍କ ବିଭିନ୍ନ ଆପତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା କଂଗ୍ରେସର ପ୍ରତିନିଧି ସାକ୍ଷାତ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଉପରୋକ୍ତ ସମସ୍ୟାଗୁଡ଼ିକ ସମୀକ୍ଷା କରି ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି। ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ନୀରୋଦ ଖୁଂଟିଆ, କାହ୍ନୁ ଚରଣ ପ୍ରଧାନ ଓ ବିଭିନ୍ନ ବ୍ଳକର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.