Home ଓଡ଼ିଶା ୪ ସଟ୍ଟାବେପାରୀ ଗିରଫ, ୪ ଲକ୍ଷ ଜବତ

୪ ସଟ୍ଟାବେପାରୀ ଗିରଫ, ୪ ଲକ୍ଷ ଜବତ

175

ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ରାଉରକେଲା ପୁଲିସ ହାତରେ ଧରାପଡ଼ିଛନ୍ତି ୪ କୁଖ୍ୟାତ ସଟ୍ଟାବେପାରୀ। ରାଉରକେଲା ଏସପି ଡ. ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସର ଗୁଇନ୍ଦା ବିଭାଗର ସ୍ପେଶାଲସ୍ମାର୍ଡ ସହରର ପ୍ଲାଂଟସାଇଟ, ଟ୍ରାଫିକ ଗେଟ ପାୱାର ହାଉସ ରୋଡ଼ରେ ବ୍ୟାପକ ସଟ୍ଟା କାରବାର ଚାଲୁଥିବା ଜାଣିବାକୁ ପାଇଥିଲା। ପୁଲିସ ସଟ୍ଟା ଆଡ଼ାରେ ଚଡାଉ କରି ୪ ଲକ୍ଷ ୧୭ ହଜାର ନଗଦ ଟଙ୍କା ଜବତ କରିବା ସହିତ ୪ ଜଣ ସଟ୍ଟା ବେପାରୀଙ୍କୁ ଗିରଫ କରିଛି। ଏହି ସଟ୍ଟା ଚଲାଉଥିବା ମାଷ୍ଟରମାଇଣ୍ଡ ଉମା ସିଂଙ୍କୁ ବାସନ୍ତୀ କଲୋନୀରୁ ଉଦିତନଗର ଥାନା ପୁଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.