Home ଓଡ଼ିଶା ପୁଣି ଖୋଲିଲା ହୀରାକୁଦର ୪ଟି ଗେଟ

ପୁଣି ଖୋଲିଲା ହୀରାକୁଦର ୪ଟି ଗେଟ

103

ସମ୍ବଲପୁର,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।  ଯେଉଁଥିପାଇଁ ପୁଣି ଖୋଲିଛି ୪ ଟି ଗେଟ୍ ।  ସୂଚନା ଅନୁସାରେ, ବର୍ତ୍ତମାନ ୧୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ତେବେ ଗତ ବୁଧବାର ହୀରାକୁଦ ଜଳଭଣ୍ତାରର ଜଳସ୍ତର ୬୩୦ କୁ ପହଞ୍ଚିଥିଲା ଏବଂ ବୁଧବାର ସନ୍ଧ୍ୟାରେ ଗୋଟିଏ ଗେଟ୍ ଖୋଲା ଯାଇଥିବା ବେଳେ ଗତକାଲି ସକାଳେ ୫ ଟି ଓ ସନ୍ଧ୍ୟାରେ ଗୋଟିଏ ଗେଟ୍ ଖୋଲାଯାଇଥିଲା ।ପୁଣି ଆଜି ସକାଳେ ୩ ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ତାରର ଜଳସ୍ତର ୬୩୦.୦୦ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୧ ଲକ୍ଷ ୩୬ ହଜାର ୫୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ତେଵେ ବର୍ତ୍ତମାନ ମୋଟ ୧୦ ଟି ଗେଟ୍ ଦେଇ ସେକେଣ୍ତ ପ୍ରତି ୧ ଲକ୍ଷରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.