Home କୋରାପୁଟ ପିପିଲି ସାଂସ୍କୃତିକ ପରିଷଦର ସାମ୍ବାଦିକ ସମ୍ମିଳନୀ

ପିପିଲି ସାଂସ୍କୃତିକ ପରିଷଦର ସାମ୍ବାଦିକ ସମ୍ମିଳନୀ

122

କୋରାପୁଟ ; ତା୨୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତାମାସ ୨ ତାରିଖଦିନ କୋରାପୁଟଠାରେ ପିପିଲି ସାଂସ୍କୃତିକ ପରିଷଦ ଓ ନାଲକୋର ମିଳିତ ଆନୁକୁଲ୍ୟରେ କ୍ଲିନ ଇଣ୍ଡିଆ ମିଶନର ଶୁଭାରମ୍ଭ ହେବ ବୋଲି ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ କୋରାପୁଟ ପ୍ରେସକ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ପିପିଲି ସାଂସ୍କୃତିକ ପରିଷଦ ୨୦୧୪ ମସିହାରୁ ସ୍ୱଛ ଭାରତ ମିଶନ ଆନୁକୁଲ୍ୟରେ ୩୯୮ ଘଂଟା ସଫେଇ କାର୍ଯ୍ୟ କରିଥିବା ବେଳେ ଦାମନଯୋଡିଠାରେ ୨ ଘ. ସଫେଇ କରି ୪୦୦ ଘ. ପୂର୍ଣ୍ଣ କରିବ ବୋଲି ଜଣାପଡିଛି।ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ଅଧ୍ୟକ୍ଷ ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି ଓ ସଂପାଦକ ରମେଶଚନ୍ଦ୍ର ମହାପତ୍ର ଉପସ୍ଥିତ ଥିଲେ।ଦାମନଯୋଡିଠାରେ ଆସନ୍ତା ୨ ତାରିଖ ଦିନ ସଫେଇ କାର୍ଯ୍ୟକ୍ରମ କରାଯିବାକୁ ଥିବା ବେଳେ ଅନୁସୂଚିତ ଉନ୍ନୟନ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥିଭାବେ ଯୋଗଦେବେ ଓ ୩ ତାରିଖଦିନ କୋରାପୁଟଠାରେ କ୍ଲିନ ଇଣ୍ଡିଆ ମିଶନର ଶୁଭାରମ୍ଭ କରାଯିବ ବୋଲି ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି ସୂଚନା ଦେଇଥିଲେ। ସ୍ୱାଛଭାରତ ମିଶନ ଲୋକଙ୍କ ମିଶନ ହେଉ ବୋଲି ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ରମେଶ ଚନ୍ଦ୍ର ମହାପତ୍ର ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.