Home କୋରାପୁଟ କୋରାପୁଟ ପୈାରପରିଷଦର ଶେଷ କାଉନସିଲ ବୈଠକ ; ପ୍ରତିନିଧିତ୍ୱର ସମୟ ସରିଲା ଏବେ ନେତୃତ୍ୟ ନେବାର...

କୋରାପୁଟ ପୈାରପରିଷଦର ଶେଷ କାଉନସିଲ ବୈଠକ ; ପ୍ରତିନିଧିତ୍ୱର ସମୟ ସରିଲା ଏବେ ନେତୃତ୍ୟ ନେବାର ସମୟ ଆସିଲା-ବିଧାୟକ

105

କୋରାପୁଟ ; ତା୨୯-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତାକାଲି କୋରାପୁଟ ପୈାରପରିଷଦର କାଉନସିଲରମାନଙ୍କ କାର୍ଯ୍ୟ ଶେଷ ହେଉଥିବା ବେଳେ ଆଜି ଅପାରହ୍ନରେ କାଉନସିଲର ଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ପୈାର ପରିଷଦର ଅଧ୍ୟକ୍ଷ ଭଗବାନ ବାହିନିପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ଯୋଗ ଦେଇ ସମସ୍ତ କାଉନସିଲମାନଙ୍କ ସହଯୋଗରେ ପୈାର ପରିଷଦର କାର୍ଯ୍ୟ ସୁରୁଖୁରରେ ସଂପାଦନା କରାଯାଇଥିବାରୁ ସମସ୍ତ କାଉନସିଲରମାନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ।ଏହି ବୈଠକରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଯୋଗଦେଇ ପ୍ରତିନିଧିତ୍ୱର ସମୟ ସରିଲା କିନ୍ତୁ ଏବେ ନେତୃତ୍ୟ ନେବାର ସମୟ ଆସିଲା ବୋଲି ଉପସ୍ଥିତ କାଉନସିଲମାନଙ୍କୁ ଉଦବୋଧନ ଦେଇଥିଲେ।ନିଜ ନିଜ ଓାର୍ଡର ଲୋକମାନଙ୍କର ସମସ୍ୟା ସମାଧାନ କରିପାରିଲେ ନିଶ୍ଚିତଭାବେ ସମ୍ମାନ ମିଳିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ସାସଂଦଙ୍କ ପ୍ରତିନିଧି ସୁରେଶ ପଟନାୟକ, ପୈାରପରିଷଦ ଯନ୍ତ୍ରୀ ରମେଶ କୁମାର ମହାରଣା, ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, ଅଶୋକ କୁମାର ସାହା, ସିମାଞଳ ପଢିହାରୀ, ଦୁର୍ଗାମାଧବ ସାହୁ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଉକ୍ତ ବୈଠକରେ ଉପାଧ୍ୟକ୍ଷା ସଞୁଲତା ରାଉତ, ବରିଷ୍ଠ କାଉନସିଲର ରାମଚନ୍ଦ୍ର ମାଝି, ଲିଲି ବୁରୁଡି, ନମିତା ମିଶ୍ର, ଚନ୍ଦ୍ରପ୍ରଭା ହିଆଲ, ଅମ୍ବିକା ଷଣ୍ଢ, ମନିଷା ବିଶ୍ୱାସୀ, ପ୍ରତିମା ମୁଦୁଲି, ଲକ୍ଷ୍ମି ମୁଦୁଲି, ଲକ୍ଷ୍ମି କୁମାରୀ ଖୋସଲା, ଟୁନୀ ଖରା, ନୀଳା ପୂଜାରୀ, ମନୋଜ କୁମାର ପଣ୍ଡା, ମହେଶ୍ୱର ବାଘ, ଜି .ବିଜୟ କୁମାର ରାଓ, ପଦଲାମ ଜାନି, ସତ୍ୟଜିତ ଦାସ, ସୋମନାଥ ପୂଜାରୀ, ସୁନ୍ଦର ବଡନାୟକ ପ୍ରମୁଖ ୨୦ ଜଣ କାଉନସିଲର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.