Home ଓଡ଼ିଶା ପିଏମ ମୁଦ୍ରା ନାଁରେ ଠକେଇ

ପିଏମ ମୁଦ୍ରା ନାଁରେ ଠକେଇ

399

ଭୁବନେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାୟକ): ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି । ଫ୍ୟୁଜନ ନାମକ ଏକ ଅର୍ଥ ସଂସ୍ଥା ମୁଦ୍ରା ଯୋଜନା କରାଇ ଦେବ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ପୁରୁଣା ଗଡ଼ ଏବଂ କୁମ୍ଭାର ସାହିର କିଛି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏହି ଅଭିଯୋଗ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୫୦ ହଜାର ଲେଖାଏଁ ମୁଦ୍ରା ଯୋଜନାରେ ଋଣ ଦେବା ନେଇ ଯୋଜନା କରି ଫ୍ୟୁଜନ ନାମକ ଏକ ସଂସ୍ଥା ଆବଶ୍ୟକ ଦସ୍ତାବିଜ ନେଇ ଯାଉଛି । ୫୦ ହଜାର ଋଣ ଦେବା ବଦଳରେ ସେମାନଙ୍କ ଖାତାରେ ରହିଥିବା ଟଙ୍କା ଉଠାଇ ନେଇଯାଇଛି ।

ଏ ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜୟପୁରର ଦଶରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ସେମାନଙ୍କ ଠାରୁ ନେଇଥିବା ଦସ୍ତାବିଜ ଆଧାର କାର୍ଡ , ବ୍ୟାଙ୍କ ପାସବୁକ, ଏବଂ ଟିପ ଚିହ୍ନ କୁ ବ୍ୟବହାର କରି ପ୍ରାୟ ୯୦ ହଜାର ଏବଂ କୁମ୍ଭାର ସାହି ବାସୀଙ୍କ ଠାରୁ ୧୦ ହଜାର ଉଠେଇ ନିଆଯାଇଛି । ଏନେଇ ମହିଳା ମାନେ ଥାନା ରେ ଲିଖିତ ଅଭିଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.