Home ଓଡ଼ିଶା କୂଳ ଖାଉଛି ଗୋବରୀ

କୂଳ ଖାଉଛି ଗୋବରୀ

265

ଭୁବନେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଗୋବରୀ ନଦୀ କୂଳ ଖାଉଛି । ନଦୀ ଗର୍ଭରେ ଲୀନ ହୋଇଯିବାକୁ ବସିଛି କେନ୍ଦ୍ରାପଡା କଳାମାଟିଆର ଗାଁର ୪ ଟି ପରିବାରର ବାସଗୃହ । ଗତ ୨୦ ବର୍ଷ ଧରି ନଦୀ କୂଳ ଲଂଘିବାରେ ଲାଗିଛି । ଆଉ ହୁଏତ କିଛି ବର୍ଷ ପରେ ଏଠାରେ କୌଣସି ଗାଁ ରହି ନଥିବ ବୋଲି ଆଶଙ୍କା କରାଯାଉଛି ।

ଦିନକୁ ଦିନ କୂଳ ଲଙ୍ଘୁଛି ଗୋବରୀ । ନଦୀ ଅତଡାରେ ରହୁଛନ୍ତି କେନ୍ଦ୍ରାପଡ଼ା କଳାମାଟିଆ ଗାଁର ୪ ପରିବାର । ନଦୀରେ ଜଳସ୍ତର ବଢିଲେ ଏ ପରିବାରଗୁଡ଼ିକର ବଢୁଛି ଚିନ୍ତା । ବର୍ଷ ବର୍ଷ ଧରି ଗୋବରୀ ନଦୀ ଏଠାରେ କୂଳ ଖାଇବା ସହ ନିଜର ରାସ୍ତା ନିଜେ ନିରୂପଣ କରୁଛି । ପିଲା ଛୁଆଙ୍କୁ ସାଙ୍ଗରେ ଧରି ପ୍ରତି ମୂହୁର୍ତ୍ତରେ ନାନା ଆଶଙ୍କାରେ କାଳ କାଟୁଛନ୍ତି ଏଇ ୪ ପରିବାର । ଗାଁ ର ନାରାୟଣ ରାଉତ, ଭାସ୍କର ରାଉତ, ରମେଶ ରାଉତ, ଓ ଅଖିଳ ରାଉତଙ୍କ ଘର ରହିଛି ଏହି ନଦୀ ଅତଡାରେ। କେତେବେଳେ କୋଉ ମୁହୂର୍ତ୍ତରେ ଯେ ନଦୀ ଏମାନଙ୍କ ଘର ପରିବାରକୁ ଗ୍ରାସ କରିବ ତାହା କିଏ କହିବ।

ବିଗତ ୧୫ ବର୍ଷ ଭିତରେ କଳାମାଟିଆ ଗଁ।ର ପ୍ରାୟ ୪୦ ଏକର ଜମି ଗ୍ରାସ କରିଛି ଗୋବରୀ ନଦୀ । କେବଳ ଯେ ବନ୍ୟା ସମୟରେ ତାହା ନୁହେଁ ବରଂ ବର୍ଷର ବିଭିନ୍ନ ସମୟରେ ନଦୀ ଉଗ୍ର ରୂପ ଧାରଣ କରେ। ମନ ଇଛା କଳାମାଟିଆ ଗଁ। ଉପରେ ଜୁଲମ କରେ । ଗୋଟେ ପଟେ କୂଳ ଲଙ୍ଘୁଥିବା ଗୋବରୀ ଆର କୂଳର ଫୋରଡ ଓ ଏଣ୍ଡର ଗଁ।ରେ ମାଟି ଜମା କରିବାରେ ଲାଗିଛି। ନଦୀ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଙ୍ଗ କରିବା ସହିତ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଆଗରୁ ଜମି ଯାଇଛି । ଆଉ ଏବେ ବାସ ଭୂମି ବିପଦରେ । ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କରି ବସି ରହିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.